ମେଟ୍ରୋ ଓଡିଶା (୧ .୪.୨୦୨୨) :
ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)ର ୭ମ ମ୍ୟାଚ୍ ଚେନ୍ନାଇ ସୁପର କିଙ୍ଗ୍ସ ଓ ଲକ୍ଷ୍ନୌ ସୁପର ଜ୍ୟାଣ୍ଟ ମଧ୍ୟରେ ଖେଳାଯାଇଛି। ସ୍ଥାନୀୟ ବ୍ରାବୋର୍ଣ୍ଣ ଷ୍ଟାଡିୟମରେ ଚେନ୍ନାଇ ଟିମ୍ ପ୍ରଥମେ ବ୍ୟାଟିଂ କରି ୭ଟି ୱିକେଟ୍ ବିନିମୟରେ ୨୧୦ ରନ୍ ସଂଗ୍ରହ କରିଥିଲା। ଜବାବରେ ଲକ୍ଷ୍ନୌ ଟି ୧୯.୩ ଓଭରରେ ୪ଟି ୱିକେଟ ହରାଇ ୨୧୧ ରନ୍ ସହ ମ୍ୟାଚ ଜିତିଥିଲା।

ଲକ୍ଷ୍ନୌ ଟିମ୍ ପାଇଁ ଅଧିନାୟକ କେଏଲ ରାହୁଲ ଓ କ୍ୱାଣ୍ଟନ୍ ଡି’କକ ପ୍ରଥମ ୱିକେଟ୍ ପାଇଁ ମଜବୁତ ଭାଗିଦାରୀ ହୋଇପାରିଥିଲେ। ଉଭୟ ୯୯ ରନ୍ ସଂଗ୍ରହ କରିଥିଲେ। କେଏଲ୍ ରାହୁଲ ୨୬ଟି ବଲ ଖେଳି ୪୦ ରନ୍ କରିଥିଲେ। ଏଥିରେ ୨ଟି ଚୌକା ଓ ୩ଟି ଛକା ମଧ୍ୟ ସାମିଲ ଥିଲା। ଡ’କକ୍ ୪୫ଟି ବଲ୍ ଖେଳି ୬୧ ରନ୍ ସଂଗ୍ରହ କରିଥିଲେ। ସେ ୯ଟି ଚୌକା ମାରିଥିଲେ। ଏତଦ୍ ବ୍ୟତୀତ ଏଲଭିନ୍ ଲୁଇସ ୨୩ଟି ବଲ୍ ଖେଳି ୬ଟି ଚୌକା ଓ ୩ଟି ଛକା ବଳରେ ୫୫ ରନ୍ କରିଥିଲେ।