ଇସ୍ତାଫା ଦେବି ନାହିଁ: ଇମ୍ରାନ ଖାନ୍‌

ଇସ୍ତାଫା ଦେବି ନାହିଁ: ଇମ୍ରାନ ଖାନ୍‌

ମେଟ୍ରୋ ଓଡିଶା (୧ .୪.୨୦୨୨) :

ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ଗୁରୁବାର ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି। ସେ ନିଜର ସମ୍ବୋଧନରେ କହିଛନ୍ତି ଯେ, ପାକିସ୍ତାନ ଲାଗି ନିଷ୍ପତ୍ତି ନେବାର ସମୟ ଆସିଛି। ଇମ୍ରାନ୍‌ କହିଛନ୍ତି ଯେ, ପାକିସ୍ତାନ ମୋ ଠାରୁ କେବଳ ୫ ବ‌ର୍ଷ ବଡ଼। ମୁଁ ଏଠାକାର ପ୍ରଥମ ପୀଢ଼ି। ଇମ୍ରାନ ନିଜର ସମ୍ବୋଧନରେ କହିଛନ୍ତି ଯେ, ପାକିସ୍ତାନର ନିଷ୍ପତ୍ତି ରବିବାର ହେବ। ସଂସଦରେ ଭୋଟିଂ ହେବ ଓ ସ୍ପଷ୍ଟ ହେବ ଯେ, ପାକିସ୍ତାନର କ୍ଷମତା କାହା ହାତରେ ରହିବ। କିନ୍ତୁ ଯେଉଁମାନେ କହୁଛନ୍ତି ଯେ, ଇମ୍ରାନ ଇସ୍ତାଫା ଦେବେ, ତାହା ଭୁଲ। ପାକିସ୍ତାନ ଆମେରିକା ସହିତ ଲଢ଼େଇ କରିଛି।

ଇମ୍ରାନ କହିଛନ୍ତି, ଭାରତ ଅଥବା କୌଣସି ରାଷ୍ଟ୍ର ସହିତ ଭାରତ ବିରୋଧୀ ହେବାକୁ ଚାହୁଁନାହିଁ। ୨୦୧୯ ଅଗଷ୍ଟ ୫ରେ ଭାରତ ଯେତେବେଳେ ଅନ୍ତର୍ଜାତୀୟ ଆଇନକୁ ମାନିଲା ନାହିଁ, ସେହି ସମୟରେ ମୁଁ ଭାରତ ବିରୋଧରେ କହିଥିଲି। ସମ୍ବୋଧନ ସମୟରେ ଇମ୍ରାନ କହିଛନ୍ତି ଯେ, ମୁଁ ଯେତେବେଳେ କ୍ଷମତାର ଦାୟିତ୍ୱ ନେଇଥିଲି, ପାକିସ୍ତାନର ଲୋକଙ୍କ ପାଇଁ କଲ୍ୟାଣମୂଳକ ବିଦେଶ ନୀତି ଆଣିଥିଲି। ପାକିସ୍ତାନର ଲୋକ ଚାହାନ୍ତି ନାହିଁ ଯେ କାହରି ସହିତ ଶତ୍ରୁତା କରିବା।