ଏକକ ନିର୍ବାଚନ ବିଲକୁ ନେଇ ପଡ଼ିଲା ଭୋଟ

ବହୁ ଚର୍ଚ୍ଚା ଏବଂ ଆଲୋଚନା ପରେ ଆଜି ପରିଶେଷରେ ଲୋକସଭାରେ ଆଗତ ହୋଇଛି ‘ଓ୍ବାନ୍ ନେସନ୍ ଓ୍ବାନ୍ ଇଲେକ୍ସନ’ ବିଲ୍  । କେନ୍ଦ୍ର ଆଇନ୍ ମନ୍ତ୍ରୀ ଅର୍ଜୁନ୍ ରାମ୍ ମେଘଓ୍ବାଲା  ଆଗଜି ଲୋକସଭାରେ ‘ଗୋଟିଏ ରାଷ୍ଟ୍ର, ଗୋଟିଏ ନିର୍ବାଚନ’ ପାଇଁ ସମ୍ବିଧାନ ସଂଶୋଧନ ବିଲ୍ ଆଗତ କରିଛନ୍ତି  । ଏହାକୁ ନେଇ ଏବେ ଚାଲିଛି ମହାବିତର୍କ । ଅନ୍ୟପଟେ ଏହି ବିଲକୁ କଂଗ୍ରେସ, ତୃଣମୂଳ କଂଗ୍ରେସ ଏବଂ ସମାଜବାଦୀ ପାର୍ଟି ବିରୋଧ କରିଛନ୍ତି  । ଏନେଇ କଂଗ୍ରେସ ସାଂସଦ ମନିଶ ତିଓ୍ବାରୀ ଏହି ଏକକ ବିଲ୍ ସମ୍ବିଧାନର ମୌଳିକ ଡାଞ୍ଚାକୁ ବିରୋଧ କରୁଛି ବୋଲି ଦାବି କରିଛନ୍ତି  ।

ସେହିପରି ସମାଜବାଦୀ ପାର୍ଟିର ସାଂସଦ କହିଛନ୍ତି, ଏହି ବିଲ୍ ଆଗତ କରି ବିଜେପି ତାନାଶହି ଲାଗୁ କରିବାକୁ ଚାହୁଁଛି  । ଯାହା ଭାରତର ବିବିଧତା ଏବଂ ସଂଘୀୟ ଗଠନକୁ ଶେଷ କରିଦେବ । ତୃଣମୂଳ ସାଂସଦ କଲ୍ୟାଣ ବାନାର୍ଜୀ ଏହି ବିଲକୁ ଭାଇରସ କହିଛନ୍ତି  । ଯାହା ସମ୍ବିଧାନର ମୌଳିକ ଗଠନକୁ ଆଘାତ ଦିଏ । ଏହା କୌଣସି ନିର୍ବାଚନ ସଂସ୍କାର ନୁହେଁ, ଏହା କେବଳ ଜଣେ ଭଦ୍ରଲୋକଙ୍କ ସ୍ୱପ୍ନ ପୂରଣ ବୋଲି ସେ କହିଛନ୍ତି  ।

ଭାରତରେ ଶେଷଥର ପାଇଁ ଏକକାଳୀନ ନିର୍ବାଚନ କେବେ ଅନୁଷ୍ଠିତ ହୋଇଥିଲା?:

୧୯୫୦ ରେ ଏକ ଗଣତନ୍ତ୍ର ହେବା ପରେ ୧୯୫୧ ରୁ ୧୯୬୭ ପର୍ୟ୍ୟନ୍ତ ଲୋକସଭା ଏବଂ ବିଧାନସଭା ପ୍ରତି ପାଞ୍ଚ ବର୍ଷରେ ଏକକାଳୀନ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ୧୯୫୨, ୧୯୫୭, ୧୯୬୨ ଏବଂ ୧୯୬୭ ରେ ଦେଶର ଭୋଟରମାନେ ଉଭୟ କେନ୍ଦ୍ର ଏବଂ ରାଜ୍ୟ ପାଇଁ ଏକକାଳୀନ ଭୋଟ୍ ଦେଇଥିଲେ  । ଅବଶ୍ୟ, ଏହି ପ୍ରକ୍ରିୟା ୧୯୬୮–୬୯ ରେ କିଛି ପୁରୁଣା ରାଜ୍ୟର ପୁନର୍ଗଠନ ଏବଂ ନୂତନ ରାଜ୍ୟଗୁଡ଼ିକର ଆବିର୍ଭାବ ସହିତ ସମ୍ପୂର୍ଣ୍ଣ ବନ୍ଦ ହୋଇଗଲା ।

୧୯୮୩ ମସିହାରେ, ନିର୍ବାଚନ ଆୟୋଗ ଏହାର ବାର୍ଷିକ ରିପୋର୍ଟରେ ଏକକାଳୀନ ନିର୍ବାଚନ ଆରମ୍ଭ କରିବାକୁ ପରାମର୍ଶ ଦେଇଥିଲେ। ୧୯୯୯ ରେ ଆଇନ ଆୟୋଗର ରିପୋର୍ଟରେ ମଧ୍ୟ ଏହି ଅଭ୍ୟାସ ଉଲ୍ଲେଖ କରାଯାଇଥିଲା । ସୂଚନା ଅନୁଯାୟୀ, ଦକ୍ଷିଣ ଆଫ୍ରିକା, ସ୍ୱିଡେନ, ବେଲଜିୟମ, ଜର୍ମାନୀ, ଜାପାନ, ଇଣ୍ଡୋନେସିଆ ଏବଂ ଫିଲିପାଇନ୍ସ ଭଳି ଅନେକ ଦେଶରେ ଏକକାଳୀନ ନିର୍ବାଚନ ଅନୁଷ୍ଠିତ ହୁଏ  ।

ଏବେ ଏକକ ନିବାଚନ ବିଲକୁ ନେଇ ଭୋଟିଂ ଚାଲିଛି , କିଛି ସଦ୍ୟସ ଏ ନେଇ ଆପତ୍ତି ଉଠାଇବା ପରେ ପୁଣି ଏ ନେଇ ଭୋଟିଂ ଆରମ୍ଭ ହୋଇଛି , ପୁଣି ଥରେ ଭୋଂଟି ପାଇଁ ବାଚସ୍ପତି ଅନୁମତି ପ୍ରଦାନ କରିଛନ୍ତି  , ଇଭିଏମରେ ଭୋଟ ଦେଲେ ଲୋକସଭା ସାଂସଦ , ବିଲକୁ ସର୍ମଥନ କରିଛନ୍ତି ୩୨ଦଳ , ଏଥିସହ ବିଲକୁ ବିରୋଧ କରିଛନ୍ତି ୧୫ଦଳ