ଇଂଜିନିୟର ଅତୁଲ ସୁଭାଷ ଆତ୍ମହତ୍ୟା ଘଟଣାରେ ପତ୍ନୀ, ଶାଶୂ ଓ ଶଳା ଗିରଫ
ପତ୍ନୀ ନିର୍ଯାତନାରେ ଅତିଷ୍ଠ ହୋଇ ଯୁବ ଇଂଜିନିୟର ଅତୁଲ ସୁଭାଷ (୩୪)ଙ୍କ ଆତ୍ମହତ୍ୟା ମାମଲାରେ ପୁଲିସକୁ ସଫଳତା ମିଳିଛି। ଫେରାର୍ ପତ୍ନୀ ନିକିତା ସିଂଘାନିଆ, ଶାଶୂ ନିଶା ସିଂଘାନିଆ ଓ ଶଳା ଅନୁରାଗ ସିଂଘାନିଆଙ୍କୁ ଗିରଫ କରାଯାଇଛି। ବେଙ୍ଗାଲୁରୁ ହ୍ବାଇଟ୍ ଫିଲ୍ଡ୍ ଡିଭିଜନ୍ର ଡିସିପି ଶିବକୁମାର ଗିରଫ ସମ୍ପର୍କରେ ସୂଚନା ଦେଇକହିଛନ୍ତି, ମୃତ ଇଂଜିନିୟରଙ୍କ ପତ୍ନୀ ନିକିତାଙ୍କୁ ହରିୟାଣା ଗୁରୁଗାଓଁରୁ ଗିରଫ କରାଯାଇଛି। ଶାଶୂ ନିଶା ସିଂଘାନିଆ ଓ ଶଳା ଅନୁରାଗଙ୍କୁ ପ୍ରୟାଗରାଜରୁ ଗିରଫ କରାଯାଇଛି। ସେମାନଙ୍କୁ କୋର୍ଟରେ ହାଜର କରିବା ପରେ ୧୪ ଦିନିଆ ବିଚାରବିଭାଗୀୟ ହାଜତକୁ ପଠାଇଦିଆଯାଇଛି। ଏହି ମାମଲାରେ ଅନ୍ୟତମ ଅଭିଯୁକ୍ତ ସୁଶୀଳ ସିଂଘାନିଆଙ୍କ ଭୂମିକା ସମ୍ପର୍କରେ ତଦନ୍ତ ଜାରି ରହିଛି।