ମାସକ ଭିତରେ ଦ୍ବିତୀୟ ଥର ଲାଗି ରିଜର୍ଭ ବ୍ୟାଙ୍କକୁ ବୋମାରେ ଉଡ଼ାଇ ଦେବାକୁ ଧମକ

ମାସକ ଭିତରେ ଦ୍ବିତୀୟ ଥର ଲାଗି ଭାରତୀୟ ରିଜର୍ଭ ବ୍ୟାଙ୍କକୁ ବୋମାରେ ଉଡ଼ାଇ ଦେବାକୁ ଧମକ ମିଳିଛି। ଏଥର ରୁଷୀୟ ଭାଷାରେ ଏକ ଇମେଲ୍‌ ଜରିଆରେ ଏହି ଧମକ ଦିଆଯାଇଛି। ରିଜର୍ଭ ବ୍ୟାଙ୍କର ଅଫିସିଆଲ୍ ମେଲ୍‌ ଆଇଡିରେ ସେହି ଧମକ ଆସିଛି। ପୁଲିସ ଅଜଣା ବ୍ୟକ୍ତିଙ୍କ ନାମରେ ମାତା ରମାବାଇ ମାର୍ଗ ଥାନାରେ ଏକ ମାମଲା ରୁଜୁ କରିଛି। କେଉଁ ଉତ୍ସରୁ ମେଲ୍ ଆସିଛି ତାହା ଜାଣିବା ଲାଗି ତଦନ୍ତ ଆରମ୍ଭ ହୋଇଛି।