ଓଡ଼ିଶା ଏଫ୍ସି ୨-୧ ଗୋଲ୍ରେ ବିଜୟୀ
ଚଳିତ ଆଇଏସ୍ଏଲ୍ରେ ଗୁରୁବାର ଓଡ଼ିଶା ଏଫ୍ସି ଚମତ୍କାର ଭାବେ ଇଷ୍ଟ୍ବେଙ୍ଗଲ୍ ଏଫ୍ସିକୁ ତା’ ନିଜ ପଡ଼ିଆରେ ହରାଇଛି। କୋଲ୍କାତାର ସଲ୍ଟ ଲେକ୍ସ୍ଥିତ ବିବେକାନନ୍ଦ କ୍ରୀଡ଼ା ଭାରତୀ ଷ୍ଟାଡିୟମ୍ରେ ଅନୁଷ୍ଠିତ ଏହି ମ୍ୟାଚ୍ରେ ଓଡ଼ିଶା ଏଫ୍ସି ୨-୧ ଗୋଲ୍ରେ ବିଜୟୀ ହୋଇ ପଏଣ୍ଟ ଟେବୁଲ୍ର ତୃତୀୟ ସ୍ଥାନକୁ ଉନ୍ନୀତ ହୋଇଛି। ବିଗତ ୫ ମ୍ୟାଚ୍ରେ ଅପରାଜିତ ରହିଥିବା ଏହି ଭୁବନେଶ୍ବର ଦଳ ତୃତୀୟ ବିଜୟ ପାଇଛି। ପ୍ରଥମାର୍ଦ୍ଧରେ ଜ୍ୟାକସନ୍ ସିଂହ ଲାଲକାର୍ଡ (୪୩ ମିନିଟ) ପାଇବାରୁ ଇଷ୍ଟ୍ ବେଙ୍ଗଲ୍ ୧୦ ଜଣରେ ଖେଳିଥିଲା।