ନୂଆ RBI ଗଭର୍ଣ୍ଣରଙ୍କୁ ଶୁଭେଚ୍ଛା ଜଣାଇଲେ ଶକ୍ତିକାନ୍ତ ଦାସ

ଆଜି ଶେଷ ହୋଇଛି ଶକ୍ତିକାନ୍ତ ଦାସଙ୍କ କାର୍ଯ୍ୟକାଳ। ଆସନ୍ତାକାଲି ୧୧ ତାରିଖରେ ଶକ୍ତିକାନ୍ତ ଦାସଙ୍କ ଠାରୁ ଦାୟିତ୍ୱ ଗ୍ରହଣ କରିବେ ସଞ୍ଜୟ ମଲହୋତ୍ରା। ବର୍ତ୍ତମାନର ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ କାର୍ଯ୍ୟକାଳ ଆଜି ଶେଷ ହେଉଛି। ଆର୍‌ବିଆଇରୁ ବିଦାୟ ନେବା ସହ ନୂଆ RBI ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଶକ୍ତିକାନ୍ତ ଦାସ କହିଛନ୍ତି, ମଲହୋତ୍ରାଙ୍କ ପାଖରେ ବହୁତ ଅଭିଜ୍ଞତା ରହିଛି। ମୁଁ ନିଶ୍ଚିତ ସେ ଭଲ କାମ କରିବେ।