ଶେଷ ହେବ ମାଗଣା ଆଧାର ଅପଡେଟ
ଅନଲାଇନରେ ମାଗଣା ଆଧାର ଅପଡେଟର ଶେଷ ତାରିଖ ରହିଛି ୧୪ ଡିସେମ୍ବର । ଏହାପରେ ଆପଣକୁ ନିର୍ଦ୍ଧାରିତ ଅର୍ଥ ଦେଇ ଅପଡେଟ କରିବାକୁ ପଡିବ । ୟୁନିକ୍ ଆଇଡେଣ୍ଟିଫିକେସନ୍ ଅଥରିଟି ଅଫ୍ ଇଣ୍ଡିଆ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି । ପୂର୍ବରୁ ଅପଡେଟ ପାଇଁ ଶେଷ ତାରିଖ ୧୪ ସେପ୍ଟେମ୍ବର ରହିଥିଲା । ପରେ ଏହାକୁ ତିନିମାସ ବୃଦ୍ଧି କରାଯାଇଥିଲା।