ଟେଷ୍ଟରେ ଏକ ନମ୍ବର ବୋଲର ଜସପ୍ରୀତ ବୁମ୍ରା
ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ବର୍ଡର-ଗାଭାସ୍କର ଟ୍ରଫି ସିରିଜରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ ମ୍ୟାଚ୍ରେ ଭାରତୀୟ ଦଳ ଅଷ୍ଟ୍ରେଲିଆକୁ ୨୯୫ ରନ୍ରେ ପରାସ୍ତ କରିଛି। ଏହି ବିଜୟର ହିରୋ ଥିଲେ ଜସପ୍ରୀତ ବୁମ୍ରା। ପର୍ଥରେ ଖେଳାଯାଇଥିବା ଟେଷ୍ଟରେ ଜସପ୍ରୀତ ବୁମ୍ରା ଅପ୍ଟସ ଷ୍ଟାଡିୟମରେ ଅଷ୍ଟ୍ରେଲିଆ ବିପକ୍ଷରେ ୮ ୱିକେଟ୍ ନେଇଥିଲେ। ବୁମ୍ରାଙ୍କ ଏହି ପ୍ରଦର୍ଶନ ପରେ ଆଇସିସି ତାଙ୍କୁ ଏକ ପୁରସ୍କାର ମଧ୍ୟ ଦେଇଛି । ଏହା ସହିତ ବୁମ୍ରା ପୁଣି ଥରେ ଟେଷ୍ଟରେ ଶ୍ରେଷ୍ଠ ହୋଇପାରିଛନ୍ତି । ଟେଷ୍ଟରେ ବୋଲର ମାନ୍ୟତାରେ ଜସପ୍ରୀତ ବୁମ୍ରା ପ୍ରଥମ ସ୍ଥାନରେ ପହଞ୍ଚିଛନ୍ତି। ସେ ଟେଷ୍ଟରେ ଏକ ନମ୍ବର ବୋଲର ହୋଇଛନ୍ତି। ସେ ଦକ୍ଷିଣ ଆଫ୍ରିକାର ଦ୍ରୁତ ବୋଲର କାଗିସୋ ରାବାଡା ଏବଂ ଅଷ୍ଟ୍ରେଲୀୟ ଦ୍ରୁତ ବୋଲର ଜୋଶ ହାଜଲେଉଡଙ୍କଠାରୁ ଦୁଇଟି ସ୍ଥାନ ଉପରକୁ ଯାଇ ଟେଷ୍ଟ କ୍ରିକେଟର ଶୀର୍ଷ ମାନ୍ୟତା ବୋଲର ଭାବରେ ନିଜର ସ୍ଥାନ ହାସଲ କରିଛନ୍ତି।