୧୩ ବର୍ଷ ବୟସରେ ଆଇପିଏଲ ଟିମରେ ସାମିଲ ହେଲେ ବୈଭବ ସୂର୍ଯ୍ୟବଂଶୀ

୧୩ ବର୍ଷ ବୟସରେ ଆଇପିଏଲ ଟିମରେ ସାମିଲ ହେଲେ ବିହାରର ବୈଭବ ସୂର୍ଯ୍ୟବଂଶୀ । ରାଜସ୍ଥାନ ରୟାଲସ ତାଙ୍କୁ ଏକ କୋଟି ୧୦ ଲକ୍ଷ ଟଙ୍କାରେ କିଣିଛି । ଗତକାଲି ଆଇପିଏଲ ନିଲାମୀର ଦ୍ବିତୀୟ ଦିନରେ ବୈଭବଙ୍କୁ ନେଇ ବିଭିନ୍ନ ଟିମ୍ ମଧ୍ୟରେ ଉତ୍ସୁକତା ଦେଖୋଦେଇଥିଲା। ତାଙ୍କୁ ଟିମରେ ସାମିଲ କରିବାକୁ ସବୁ ଦଳ ପକ୍ଷରୁ ଆଗ୍ରହ ଦେଖାଦେଇଥିଲା । କିନ୍ତୁ ସମସ୍ତଙ୍କୁ ପଛରେ ପକାଇ ରାଜସ୍ଥାନ ରୟାଲ୍ସ ଏକ କୋଟି ୧୦ ଲକ୍ଷ ଟଙ୍କା ଦେଇ ବୈଭବଙ୍କୁ କିଣିଥିଲା ।