ଆସିଲା ଆଇସିସିର ନୂଆ ରାଙ୍କିଙ୍ଗ୍ ତାଲିକା । ଆଉ ନୂଆ ରାଙ୍କିଙ୍ଗ୍ ତାଲିକାରେ ଭାରତୀୟ ଖେଳାଳିଙ୍କୁ ମିଳିଛି ବଡ ସଫଳତା । ଭାରତର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଟି-୨୦ ଅଲରାଉଣ୍ଡର ରାଙ୍କିଙ୍ଗର ପ୍ରଥମ ସ୍ଥାନ ଅକ୍ତିଆର କରିଛନ୍ତି | ତେବେ ହାର୍ଦ୍ଦିକ ପାଣ୍ଡ୍ୟା ନିକଟରେ ଦକ୍ଷିଣ ଆଫ୍ରିକା ବିରୋଧରେ ଚମତ୍କାର ପ୍ରଦର୍ଶନ କରିଥିଲେ । ଯାହା ପରେ ସେ ଇଂଲଣ୍ଡର ଲିଆମ୍ ଲିଭିଙ୍ଗଷ୍ଟୋନ୍ ଆଉ ନେପାଳର ଦୀପେନ୍ଦ୍ର ସିଂଙ୍କୁ ହଟେଇ ଅଲରାଉଣ୍ଡର ରାଙ୍କିଙ୍ଗର ପ୍ରଥମ ସ୍ଥାନ ଅକ୍ତିଆର କରିଛନ୍ତି ।