ଖୁବଶୀଘ୍ର ଭାରତ ଗସ୍ତରେ ଆସିବେ ରୁଷ୍ ରାଷ୍ଟ୍ରପତି ପୁଟିନ
ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଖୁବଶୀଘ୍ର ଭାରତ ଗସ୍ତରେ ଆସିବେ । ଖୁବଶୀଘ୍ର ତାଙ୍କ ଗସ୍ତର ତାରିଖ ଚୂଡ଼ାନ୍ତହେବ । କ୍ରେମଲିନର ପ୍ରେସ୍ ସେକ୍ରେଟାରୀ ଦିମିତ୍ରୀ ପେସ୍କୋଭ ଆଜି ଏହି ସୂଚନା ଦେଇଛନ୍ତି। ପୁତିନଙ୍କ ଗସ୍ତ ଉପରେ ବିଶ୍ୱର ନଜର ରହିବ କାରଣ ଏହି ସମୟରେ ସେ ପିଏମ ମୋଦୀଙ୍କୁ ଭେଟିବେ । ଆମେରିକାରେ ରାଷ୍ଟ୍ରପତି ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପ ବିଜୟୀ ହୋଇଥିବା ବେଳେ ଉଭୟ ମୋଦୀ ଓ ପୁଟିନଙ୍କ ସହ ତାଙ୍କର ଭଲ ସମ୍ପର୍କ ରହିଛି।