ସୁପ୍ରିମ୍କୋର୍ଟଙ୍କ ବୁଲଡୋଜର ରାୟ ଆସିବା ପରେ ଆଜି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଝାଡ଼ଖଣ୍ଡରେ ଏହି ପ୍ରସଙ୍ଗରେ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି। ପ୍ରଚାର କାର୍ଯ୍ୟକ୍ରମରେ ଯୋଗ ଦେଇ ଯୋଗୀ କହିଛନ୍ତି ସଂପ୍ରତି ବୁଲଡୋଜର ଏବେ ବିଶ୍ରାମ ନେଇଛି। ଏହା ଶୀଘ୍ର ଲୁଟ ପାଣ୍ଠିକୁ ଫେରାଇ ଆଣିବ। ଜେଏମ୍ଏମ୍ ନେତୃତ୍ବାଧୀନ ମେଣ୍ଟ ରାଜ୍ୟର ପ୍ରାକୃତିକ ସମ୍ବଳ ଓ କେନ୍ଦ୍ରୀୟ ପାଣ୍ଠିର ଲୁଟ୍ କରୁଛି। ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଶରଣ ଦେଉଛି, ଫଳରେ ସେମାନେ ରାଜ୍ୟର ସୁରକ୍ଷା, ପ୍ରତି ବିପଦ ସୃଷ୍ଟି କରୁଛନ୍ତି। ବର୍ତ୍ତମାନ ବୁଲ୍ଡୋଜର ବିଶ୍ରାମ ନେଇଛି। ଖୁବ୍ଶୀଘ୍ର କାମରେ ଲାଗିବ ଏବଂ ଲୁଟ୍ ହୋଇଥିବା ପାଣ୍ଠିକୁ ଫେରାଇ ଆଣିବ। ଆଦିତ୍ୟନାଥ କହଛନ୍ତି, ମଥୁରାରେ କୃଷ୍ଣ ମନ୍ଦିର ନିମନ୍ତେ ହିନ୍ଦୁମାନେ ଏକଜୁଟ ହେବାର ସମୟ ଆସିଛି।
Trending
- ମହାରାଷ୍ଟ୍ର ପୌର ନିର୍ବାଚନରେ ଭାଜପାର ବିପୁଳ ବିଜୟ
- ଅରବିନ୍ଦ ମହାପାତ୍ର ଏବଂ ସନାତନ ମହାକୁଡ଼ଙ୍କୁ ସସପେଣ୍ଡ ପରେ ବିଜେଡିରୁ ଯାଜପୁର ଜିଲା ପରିଷଦ ଅଧ୍ୟକ୍ଷାଙ୍କୁ ନିଲମ୍ବନ
- ନିପା ଭାଇରସ୍ର ମୁକାବିଳା ପାଇଁ ରାଜ୍ୟରେ ଟେକ୍ନିକାଲ ଟିମ୍ ଗଠନ
- ସୁନ୍ଦରଗଡ଼ ଗୋଷ୍ଠୀ ସଂଘର୍ଷ ଘଟଣା: ମସ୍ତ ସ୍କୁଲ ଓ କଲେଜ ବନ୍ଦ ସମେତ ୨୪ଘଣ୍ଟା ପାଇଁ ଇଣ୍ଟରନେଟ ବନ୍ଦ
- ବିଜେଡ଼ିରୁ ସସପେଣ୍ଡ ହେଲେ ଚମ୍ପୁଆ ବିଧାୟକ ସନା ମହାକୁଡ଼ ଓ ପାଟକୁର ବିଧାୟକ ଅରବିନ୍ଦ ମହାପାତ୍ର
- ମମତା ବାନାର୍ଜୀଙ୍କୁ ଝଟକା, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅଧିକାରୀଙ୍କ ବିରୁଦ୍ଧରେ ରୁଜୁ ହୋଇଥିବା FIR ରେ ରୋକ ଲଗାଇଲେ ସୁପ୍ରିମକୋର୍ଟ
- କୃଷିଭିତ୍ତିକ ପର୍ବ ପୋଙ୍ଗଲ ପାଳିଲେ ପ୍ରଧାନମନ୍ତ୍ରୀ
- ଆଜି ପବିତ୍ର ମକର ସଂକ୍ରାନ୍ତି, ମକରଚୌରାସୀ ବେଶରେ ଅଗଣିତ ଭକ୍ତଙ୍କୁ ଦର୍ଶନ ଦେବେ ମହାପ୍ରଭୁ
- ଆଜି ମକର ସଂକ୍ରାନ୍ତି , ବନ୍ଦ ରହିଛି ମହାପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି
- ଆସନ୍ତା ୧୮ ତାରିଖ ଭିତରେ ମିଳିବ ସୁଭଦ୍ରା ଟଙ୍କା