ଅବସର ନେବାର ଠିକ୍ ୧୧ ବର୍ଷ ଗୋଟିଏ ଦିନ ପରେ ସଚିନ ତେନ୍ଦୁଲକର ନିଜ ଖେଳ ଜୀବନରେ ଅମ୍ପାୟାରଙ୍କ ବିରୋଧରେ ପରୋକ୍ଷରେ ସ୍ବର ଉଠାଇଛନ୍ତି। ସାମାଜିକ ଗଣମାଧ୍ୟମରେ ସଚିନ ଛାଡ଼ିଥିବା ଏକ ଛୋଟିଆ ପୋଷ୍ଟ୍ ହିଁ ତୁରନ୍ତ ଝଡ଼ ସୃଷ୍ଟି କରିଛି। ସଚିନଙ୍କ ପୁରୁଣା ପ୍ରଶଂସକ ଏହାର ଅର୍ଥ, ଅଭିପ୍ରାୟ ଓ ଉଦ୍ଦେଶ୍ୟ ବୁଝିଯାଇଛନ୍ତି। ବିଶ୍ବ କ୍ରିକେଟର୍ ଜଣେ ମହାନ ଅମ୍ପାୟାର୍ ହୋଇଥିଲେ ବି ୱେଷ୍ଟଇଣ୍ଡିଜ୍ର ଷ୍ଟିଭ୍ ବକ୍ନର୍ କିଭଳି ତାଙ୍କୁ ବାରମ୍ବାର ବିଦାଦୀୟ ନିଷ୍ପତ୍ତି ବଳରେ ଆଉଟ୍ କରୁଥିଲେ ଏହାକୁ ସଚିନ ପରୋକ୍ଷ ସଙ୍କେତ ଜରିଆରେ ପ୍ରତିବାଦ କରିଛନ୍ତି। ସଚିନ ତାଙ୍କ ପୋଷ୍ଟ୍ରେ ତିନିଟି ବଡ଼ ଗଛ ଆଗରେ ନିଜେ ବ୍ୟାଟିଂ ପୋଜ୍ରେ ଅଛନ୍ତି। ଯେଉଁ ଗଛଗୁଡ଼ିକ ଷ୍ଟମ୍ପ୍ ଆକୃତିର ପ୍ରତୀୟମାନ ହେଉଛି। ଏହାକୁ ସେ ‘ଏକ୍ସ’ରେ ଛାଡ଼ିବା ମାତ୍ରେ ଏହା ବିଜୁଳି ବେଗରେ ଭାଇରାଲ୍ ହେବା ସହ ଝଡ଼ ସୃଷ୍ଟି କରିଛି। ଏତିକି ଲେଖିବା ମାତ୍ରେ ପ୍ରଶଂସକମାନେ ଷ୍ଟିଭ୍ ବକନର୍ଙ୍କ ନାମ ଲେଖି ଖୁବ୍ ଗାଳି ଦେଇଛନ୍ତି। ୧୧ ବର୍ଷର ଅବସର ପରେ ବି କାହାରିକୁ ଅସମ୍ନାନ ନକରିବାକୁ ନାମ ନନେବା ଆପଣଙ୍କୁ ଜେଣ୍ଟଲ୍ମ୍ୟାନ୍ କରି ରଖିଛି ବୋଲି ଜଣେ ପ୍ରଶଂସକ ଲେଖିଛନ୍ତି। ଅନ୍ୟ ଜଣେ ପ୍ରଶଂସକ ଲେଖିଛନ୍ତି ‘ଅମ୍ପାୟାର୍ ଷ୍ଟିଭ୍ ବକ୍ନର୍ ଓ ମ୍ୟାଚ୍ ରେଫରି ମାଇକ୍ ଡେନିସ୍ଙ୍କ ମାରାତ୍ମକ ଯୋଡ଼ି ସବୁକିଛି କରିଛନ୍ତି ଆପଣଙ୍କ ୱିକେଟ୍ ପାଇଁ’। କ୍ରିକେଟ୍ ଈଶ୍ବର ଆଜି ରୋଷ୍ଟିଂ ମୁଡ୍ରେ ଅଛନ୍ତି। ଷ୍ଟିଭ୍ ବକ୍ନର୍ ଠିକ୍ ଏହା ଭାବିଥାନ୍ତି ଆପଣଙ୍କୁ ଏଲ୍ବିଡବ୍ଲ୍ୟୁ ଆଉଟ୍ ଦେବାକୁ। ଏଭଳି ଲେଖି ପ୍ରଶଂସମାନେ ସଚିନ କିଭଳି ଅମ୍ପାୟାରଙ୍କ ରୋଷର ଶିକାର ହୋଇଥିଲେ ମନେ ପକାଇ ଦେଇଛନ୍ତି।
Trending
- ଚାଷୀଙ୍କ ଖାତାରେ ସିଏମ କିଷାନର ପଞ୍ଚମ କିସ୍ତି , ଡିବିଟି ମାଧ୍ୟମରେ ଚାଷୀଙ୍କ ଖାତାକୁ ଗଲା ଟଙ୍କା
- ଲକ୍ଷ୍ମୀସାଗର ବ୍ରହ୍ମାକୁମାରୀ ସେଣ୍ଟରରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ପାଳିତ: ଦିବ୍ୟ ଗୁଣ ଧାରଣ ପାଇଁ ଆହ୍ୱାନ
- ମହାକାଶରେ ଭାରତର ନୂଆ ଆଖି । EOS-05ର ସଫଳ ଉତକ୍ଷେପଣ
- ଏଣିକି ଜମି କିଣାବିକା ପଞ୍ଜୀକରଣ ଦଲିଲ ମାତ୍ର ଚାରି ପୃଷ୍ଠାରେ ସୀମିତ ରହିବା ସହ ସେଲ୍ ଡିଡ୍ ରେଜିଷ୍ଟ୍ରେସନ ସମ୍ପୂର୍ଣ୍ଣ ପେପରଲେସ୍ ହେବ
- ଓଡ଼ିଶା ଯାତ୍ରୀ ସୁରକ୍ଷା ଆପର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ସ୍କୁଲ ଆସିବା-ଯିବା କିମ୍ବା ପରିସରରେ ଛାତ୍ରଛାତ୍ରୀଙ୍କ ଦୁର୍ଘଟଣା ଘଟିଲେ ମିଳିବ ୨ ଲକ୍ଷ ସହାୟତା ଘୋଷଣା କଲେ ରାଜ୍ୟ ସରକାର
- ପୂର୍ବତନ ମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟିର ନେତା ସତ୍ୟେନ୍ଦ୍ର ଜୈନଙ୍କୁ ବଡ଼ ଆଶ୍ୱସ୍ତି, ମିଳିଲା ଜାମିନି
- ପବିତ୍ର ଜନ୍ମାଷ୍ଟମୀ ପାଇଁ ଚଳଚଞ୍ଚଳ କନ୍ଧମାଳ ଜିଲ୍ଲା, ଆଶ୍ରମରେ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ
- ଆସନ୍ତାକାଲି ମିଳିବ ସିଏମ୍-କିଷାନ ଯୋଜନାର ପଞ୍ଚମ କିସ୍ତି,ରାଜ୍ୟର ୪୧ ଲ୪ରୁ ଉର୍ଦ୍ଧ କୃଷକ ପରିବାର ଉପକୃତ ହେବେ
- ଭିତରକନିକାରେ ତିନି ଦିନ ଧରି ପକ୍ଷୀ ଗଣନା ଚାଲିବ,ସକାଳ ୬ରୁ ଦିନ ୧୨ଟା ପର୍ଯ୍ୟନ୍ତ ପକ୍ଷୀ ଗଣନା
Prev Post
Next Post