ଅବସର ନେବାର ଠିକ୍ ୧୧ ବର୍ଷ ଗୋଟିଏ ଦିନ ପରେ ସଚିନ ତେନ୍ଦୁଲକର ନିଜ ଖେଳ ଜୀବନରେ ଅମ୍ପାୟାରଙ୍କ ବିରୋଧରେ ପରୋକ୍ଷରେ ସ୍ବର ଉଠାଇଛନ୍ତି। ସାମାଜିକ ଗଣମାଧ୍ୟମରେ ସଚିନ ଛାଡ଼ିଥିବା ଏକ ଛୋଟିଆ ପୋଷ୍ଟ୍ ହିଁ ତୁରନ୍ତ ଝଡ଼ ସୃଷ୍ଟି କରିଛି। ସଚିନଙ୍କ ପୁରୁଣା ପ୍ରଶଂସକ ଏହାର ଅର୍ଥ, ଅଭିପ୍ରାୟ ଓ ଉଦ୍ଦେଶ୍ୟ ବୁଝିଯାଇଛନ୍ତି। ବିଶ୍ବ କ୍ରିକେଟର୍ ଜଣେ ମହାନ ଅମ୍ପାୟାର୍ ହୋଇଥିଲେ ବି ୱେଷ୍ଟଇଣ୍ଡିଜ୍ର ଷ୍ଟିଭ୍ ବକ୍ନର୍ କିଭଳି ତାଙ୍କୁ ବାରମ୍ବାର ବିଦାଦୀୟ ନିଷ୍ପତ୍ତି ବଳରେ ଆଉଟ୍ କରୁଥିଲେ ଏହାକୁ ସଚିନ ପରୋକ୍ଷ ସଙ୍କେତ ଜରିଆରେ ପ୍ରତିବାଦ କରିଛନ୍ତି। ସଚିନ ତାଙ୍କ ପୋଷ୍ଟ୍ରେ ତିନିଟି ବଡ଼ ଗଛ ଆଗରେ ନିଜେ ବ୍ୟାଟିଂ ପୋଜ୍ରେ ଅଛନ୍ତି। ଯେଉଁ ଗଛଗୁଡ଼ିକ ଷ୍ଟମ୍ପ୍ ଆକୃତିର ପ୍ରତୀୟମାନ ହେଉଛି। ଏହାକୁ ସେ ‘ଏକ୍ସ’ରେ ଛାଡ଼ିବା ମାତ୍ରେ ଏହା ବିଜୁଳି ବେଗରେ ଭାଇରାଲ୍ ହେବା ସହ ଝଡ଼ ସୃଷ୍ଟି କରିଛି। ଏତିକି ଲେଖିବା ମାତ୍ରେ ପ୍ରଶଂସକମାନେ ଷ୍ଟିଭ୍ ବକନର୍ଙ୍କ ନାମ ଲେଖି ଖୁବ୍ ଗାଳି ଦେଇଛନ୍ତି। ୧୧ ବର୍ଷର ଅବସର ପରେ ବି କାହାରିକୁ ଅସମ୍ନାନ ନକରିବାକୁ ନାମ ନନେବା ଆପଣଙ୍କୁ ଜେଣ୍ଟଲ୍ମ୍ୟାନ୍ କରି ରଖିଛି ବୋଲି ଜଣେ ପ୍ରଶଂସକ ଲେଖିଛନ୍ତି। ଅନ୍ୟ ଜଣେ ପ୍ରଶଂସକ ଲେଖିଛନ୍ତି ‘ଅମ୍ପାୟାର୍ ଷ୍ଟିଭ୍ ବକ୍ନର୍ ଓ ମ୍ୟାଚ୍ ରେଫରି ମାଇକ୍ ଡେନିସ୍ଙ୍କ ମାରାତ୍ମକ ଯୋଡ଼ି ସବୁକିଛି କରିଛନ୍ତି ଆପଣଙ୍କ ୱିକେଟ୍ ପାଇଁ’। କ୍ରିକେଟ୍ ଈଶ୍ବର ଆଜି ରୋଷ୍ଟିଂ ମୁଡ୍ରେ ଅଛନ୍ତି। ଷ୍ଟିଭ୍ ବକ୍ନର୍ ଠିକ୍ ଏହା ଭାବିଥାନ୍ତି ଆପଣଙ୍କୁ ଏଲ୍ବିଡବ୍ଲ୍ୟୁ ଆଉଟ୍ ଦେବାକୁ। ଏଭଳି ଲେଖି ପ୍ରଶଂସମାନେ ସଚିନ କିଭଳି ଅମ୍ପାୟାରଙ୍କ ରୋଷର ଶିକାର ହୋଇଥିଲେ ମନେ ପକାଇ ଦେଇଛନ୍ତି।
Trending
- ସାମୁଦ୍ରିକ ଝଡ଼ ‘ମୋନ୍ଥା’ର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଜାରି , ରାତି ୧୨ଟା ସୁଦ୍ଧା ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଶେଷ ହେବ
- ୮ମ ବେତନ କମିଶନକୁ ଅନୁମୋଦନ
- ଜିରୋ କାଜୁଆଲିଟି ସରକାରଙ୍କ ଲକ୍ଷ୍ୟ , ପ୍ରଥମ ଓ ଦ୍ୱିତୀୟ ଦିନରେ ୫ଟି ଜିଲ୍ଲା ପ୍ରଭାବିତ ହେବ – ମୁଖ୍ୟମନ୍ତ୍ରୀ
- ଭୟ ନକରି ସତର୍କ ରୁହନ୍ତୁ, ଆମେ ଏକାଠି ବାତ୍ୟାର ମୁକାବିଲା କରିବା – ନବୀନ
- ଛଠ ପୂଜା କାର୍ଯ୍ୟକ୍ରମରେ ସାମିଲ ହେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ବର୍ତ୍ତମାନ ମୋନ୍ଥା ଗୋପାଳପୁର ଠାରୁ ୫୫୦ କିଲୋମିଟର ଦକ୍ଷିଣ ଦକ୍ଷିଣ-ପଶ୍ଚିମ ଦିଗରେ ରହିଛି
- ବାତ୍ୟା ପାଇଁ ଖୋର୍ଦ୍ଧା ଜିଲାରେ ୨ ଦିନ ସ୍କୁଲ ଛୁଟି ଘୋଷଣା
- ସମ୍ଭାବ୍ୟ ବାତ୍ୟା ‘ମୋନ୍ଥା’ ପାଇଁ ୮ ଜିଲାରେ ସ୍କୁଲ ଛୁଟି ଘୋଷଣା
- ବାତ୍ୟାର ପ୍ରଭାବ ଦାରିଙ୍ଗବାଡ଼ିରେ ଦେଖିବାକୁ ମିଳିଛି, ମଧ୍ୟାହ୍ନରୁ ବର୍ଷା, ପବନ ଲାଗିରହିଛି
- ସରକାର ଗଢ଼ିବା ପାଇଁ ଭୋଟରଙ୍କୁ ପ୍ରତିଦିନ ଲୋଭ ଦେଖାଉଛନ୍ତି ତେଜସ୍ବୀ
Prev Post
Next Post