ଇସ୍ରାଏଲର ପ୍ରଧାନମନ୍ତ୍ରୀ ନେତାନ୍ୟାହୁଙ୍କ ବାସଭବନ ଉପରକୁ ବୋମା ମାଡ଼
ଇସ୍ରାଏଲର ସିଜେରିଆରେ ଥିବା ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ବାସଭବନ ଉପରକୁ ଦୁଇଟି ବୋମା ମାଡ଼ ହୋଇଥିଲା ଏବଂ ଏହା ଏକ ବଗିଚାରେ ବିସ୍ଫୋରଣ ହୋଇଛି। ଏହି ବୋମାମାଡ଼ ସମୟରେ ନେତନ୍ୟାହୁ କିମ୍ବା ତାଙ୍କ ପରିବାରର କୌଣସି ସଦସ୍ୟ ଉପସ୍ଥିତ ନଥିଲେ ଏବଂ ବିସ୍ଫୋରଣରେ କୌଣସି କ୍ଷୟକ୍ଷତି ହୋଇନଥିବା ମଧ୍ୟ ଏକ ବିବୃତିରେ କୁହାଯାଇଛି।