ବୁଲଡୋଜର କାର୍ଯ୍ୟାନୁଷ୍ଠାନକୁ ନେଇ ସୁପ୍ରିମକୋର୍ଟଙ୍କ କଡ଼ା ଆଭିମୁଖ୍ୟ

ବୁଡଡୋଜର ଆକ୍ସନ ଆଦୌ ଗ୍ରହଣଯୋଗ୍ୟ ନୁହେଁ ବୋଲି ଏକ ମାମଲାର ଶୁଣାଣୀ କରି ଜଷ୍ଟିସ ବି.ଆର ଗଭଇ କହିଛନ୍ତି । ସେ କହିଛନ୍ତି, କୌଣସି ଅଭିଯୁକ୍ତ କିମ୍ବା ଦୋଷୀଙ୍କ ଘର ଉପରେ ବୁଲଜୋଡର ଚଢ଼ାଇବା ଗ୍ରହଣୀୟ ନୁହେଁ । ଏଭଳି କାର୍ଯ୍ୟରେ ସରକାରୀ କ୍ଷମତାର ଦୁରୂପଯୋଗ କରାଯିବା ଉଚିତ ନୁହେଁ । ଏହି ଅବସରରେ ଜଷ୍ଟିସ ଗଭଇ ଏକ କବିତାର ପଂକ୍ତି ଶୁଣାଇ କହିଛନ୍ତି, ସମସ୍ତଙ୍କ ପାଇଁ ଘର ଏକ ସ୍ୱପ୍ନ ସଦୃଶ, ଯାହା କେବେ ଭାଙ୍ଗିବା ଠିକ୍ ନୁହେଁ । ଗତ ସେପ୍ଟେମ୍ବର ୧୭ ତାରିଖରେ ବୁଲଡୋଜର ଆକ୍ସନ ଉପରେ ରୋକ ଲଗାଇଥିଲେ ସୁପ୍ରିମକୋର୍ଟ । କିଛି ରାଜ୍ୟରେ ହେଉଥିବା ବୁଲଡୋଜର ଆକ୍ସନ ବିରୋଧରେ ଆବେଦନ ଦାଖଲ କରାଯାଇଥିଲା। ତେବେ ଏହା ଉପରେ ଆଜି ସୁପ୍ରିମକୋର୍ଟ ବଡ଼ ଶୁଣାଣୀ କରିଛନ୍ତି। ମନଇଚ୍ଛା କ୍ଷମତାର ଦୁରୂପୋଯୋଗ କରିବାର ଅନୁମତି କେବେ ଦିଆଯାଇନାହିଁ।