ଲେବାନନ ଉପରେ ପୁଣି ଇସ୍ରାଏଲର ଆକ୍ରମଣ
ଇସ୍ରାଏଲର ଏୟାର ଷ୍ଟ୍ରାଇକରେ ଅନେକ ଶିଶୁଙ୍କ ସମେତ ଅତି କମରେ ୪୦ ଜଣଙ୍କର ମୃତ୍ୟୁ ହୋଇଥିବା ଲେବାନୀୟ ଅଧିକାରୀ କହିଛନ୍ତି । ଶୁକ୍ରବାର ବିଳମ୍ବିତ ରାତିରେ ଉପକୂଳବର୍ତ୍ତୀ ସୋର ସହରରେ ଅତି କମରେ ୭ ଜଣଙ୍କର ମୃତ୍ୟୁ ହୋଇଥିବା ଲେବାନନର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି । ଇସ୍ରାଏଲ ସୈନ୍ୟବାହିନୀ ପୂର୍ବରୁ ସହରର ଅନେକ ଅଞ୍ଚଳକୁ ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ ଦେଇଥିଲେ ।