ନ୍ୟୁୟର୍କର ଜାତିସଂଘ ମହାସଭାରେ ଓଡିଶାର ସଂସ୍କୃତିକୁ ଉପସ୍ଥାପନ କଲେ ସମ୍ବିତ ପାତ୍ର
ନ୍ୟୁୟର୍କକୁ ଭାରତୀୟ ସଂସଦୀୟ ପ୍ରତିନିଧି ଦଳର ସଦସ୍ୟ ତଥା ପୁରୀ ସାଂସଦ ଡ. ସମ୍ବିତ ପାତ୍ର ନ୍ୟୁୟର୍କର ଜାତିସଂଘ ମହାସଭାରେ ଭାରତର ପ୍ରତିନିଧିତ୍ୱ କରି ଏକ ଗୁରୁତ୍ୱପୂର୍ଣ୍ଣ ଅଭିଭାଷଣ ପ୍ରଦାନ କରିଛନ୍ତି। ମାନବାଧିକାର ପରିଷଦର ହାଇକମିଶନରଙ୍କ ରିପୋର୍ଟ ଉପରେ ‘ଜାତୀୟ ବକ୍ତବ୍ୟ’ ପ୍ରସଙ୍ଗରେ ଡ. ପାତ୍ର ଭାରତର ସ୍ଥିତି ସ୍ପଷ୍ଟ କରିଛନ୍ତି। ସେ ତାଙ୍କ ଭାଷଣରେ ଭାରତର ବିକାଶମୂଳକ ଯାତ୍ରା, ଗଣତାନ୍ତ୍ରିକ ମୂଲ୍ୟବୋଧ ଏବଂ ମାନବାଧିକାର ସୁରକ୍ଷା ପ୍ରତି ଥିବା ପ୍ରତିବଦ୍ଧତାକୁ ରେଖାଙ୍କିତ କରିଛନ୍ତି। ଏହି ଐତିହାସିକ ଅବସରରେ ଡ. ପାତ୍ର ପ୍ରଥମ ଥର ପାଇଁ ଜାତିସଂଘରେ ଓଡ଼ିଆ ଭାଷାର ବ୍ୟବହାର କରି ଓଡ଼ିଶାର ସମୃଦ୍ଧ ସାଂସ୍କୃତିକ ପରମ୍ପରା ଏବଂ ଐତିହ୍ୟକୁ ବିଶ୍ୱ ଦରବାରରେ ଉପସ୍ଥାପନ କରିଛନ୍ତି। ଭାରତର ବିଦେଶ ନୀତି ଏବଂ ଆନ୍ତର୍ଜାତୀୟ ସମ୍ପର୍କରେ ଏହି ଐତିହାସିକ ଭାଷଣ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହୋଇଛି ।