କାନାଡାରେ ହିନ୍ଦୁ ମନ୍ଦିର ଭାଙ୍ଗିବା ସହ ହିନ୍ଦୁମାନଙ୍କ ଉପରକୁ ଆକ୍ରମଣ
କାନାଡାରେ ହିନ୍ଦୁ ମନ୍ଦିରକୁ ଟାର୍ଗେଟ୍ । ଖଲିସ୍ତାନୀମାନେ ବ୍ରମ୍ପଟନରେ ହିନ୍ଦୁସଭା ମନ୍ଦିରକୁ ଆକ୍ରମଣ କରିବା ସହ କିଛି କର୍ମକର୍ତ୍ତାଙ୍କୁ ଠେଲାପେଲା କରି ମାଡ ମାରିଛନ୍ତି। ଏହାକୁ ନେଇ କାନାଡା ସ୍ଥିତ ଭାରତୀୟ ଦୂତାବାସ ପକ୍ଷରୁ ନିନ୍ଦା କରାଯିବା ସହ କଡା ପ୍ରତିକ୍ରିୟା ପ୍ରକାଶ ପାଇଛି । କାନାଡାରେ ଥିବା ଭାରତୀୟଙ୍କ ସୁରକ୍ଷାକୁ ନେଇ ଉଦେବଗ ପ୍ରକାଶ ପାଇଛି । ବ୍ରମ୍ପଟନ ସ୍ଥିତ ହିନ୍ଦୁ ସଭା ମନ୍ଦିରରେ ଏକ କାର୍ଯ୍ୟକ୍ରମ ଚାଲିଥିବା ବେଳେ ଖଲିସ୍ତାନୀ ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ । ବର୍ତ୍ତମାନ ସୁଦ୍ଧା ଏହି ଘଟଣା ନେଇ କାହାକୁ ଗିରଫ କରାଯାଇନାହିଁ। କାନାଡା ସାଂସଦ ଚନ୍ଦ୍ର ଆର୍ଯ୍ୟ କହିଛନ୍ତି, ମୌଳବାଦୀଙ୍କ କାର୍ଯ୍ୟକଳାପ କାନାଡାରେ ଦିନକୁ ଦିନ ବଢିବାରେ ଲାଗିଛି। ହିନ୍ଦୁ ଧର୍ମାବଲମ୍ବୀଙ୍କୁ ଟାର୍ଗେଟ୍ କରି ବାରମ୍ବାର ଆକ୍ରମଣ ହେଉଥିବାରୁ ସେମାନଙ୍କର ଜୀବନ ପ୍ରତି ବିପଦ ସୃଷ୍ଟି ହୋଇଛି । ଟରୋଣ୍ଟୋରେ ହିନ୍ଦୁ ମନ୍ଦିର ଉପରେ ଆକ୍ରମଣକୁ ବରଦାସ୍ତ କରାଯିବନି। ଗତବର୍ଷ ମଧ୍ୟ କାନାଡାର ଏକ ହିନ୍ଦୁ ମନ୍ଦିର କାନ୍ଥରେ ଥିବା ଚିତ୍ର ଉପରେ ଭାରତ ବିରୋଧୀ ଶ୍ଲୋଗାନ ଲେଖାଯାଇଥିଲା ।