ଆରପାରିରେ ଲୋକପ୍ରିୟ ଫ୍ୟାସନ ଡିଜାଇନର ରୋହିତ

ଆରପାରିରେ ଲୋକପ୍ରିୟ ଫ୍ୟାସନ ଡିଜାଇନର ରୋହିତ  । ତାଙ୍କର ସ୍ବତନ୍ତ୍ର ଶୈଳୀ ପାଇଁ ଫ୍ୟାସନ ଜଗତରେ ସେ ଲୋକପ୍ରିୟ ।  ବଲିଉଡ୍‌ର ତଥା ଦେଶର ଅନ୍ୟତମ ଖ୍ୟାତନାମା ଫ୍ୟାସନ ଡିଜାଇନର ରୋହିତ ବଲ୍‌ଙ୍କ ପରଲୋକରେ ବଲିଉଡରେ ଶୋକ ପ୍ରକାଶ ପାଇଛି ।  ରୋହିତଙ୍କ ଦେହାନ୍ତ ଖବର ଫ୍ୟାସନ ଡିଜାଇନ କାଉନସିଲ ଅଫ ଇଣ୍ଡିଆ ପକ୍ଷରୁ ଗଭୀର ଶୋକ ପ୍ରକାଶ ପାଇଛି। ରୋହିତଙ୍କ ଦ୍ୱାରା ଡିଜାଇନ କରାଯାଇଥିବା ପୋଷାକ ଏକଦା ବଲିଉଡ ତାରକାଙ୍କ ପାଇଁ ଅତ୍ୟନ୍ତ ଆକର୍ଷଣୀୟ ପାଲଟିଥିଲା । ପୋଷାକ ଡିଜାଇନ କରିବା ସହିତ ରୋହିତ କିଛିଦିନ ହେବ ଅଳଙ୍କାର ଡିଜାଇନ କରିବା କ୍ଷେତ୍ରରେ ପାଦ ଥାପିଥିଲେ। ୨୦୨୦ରେ ହୃଦଘାତର ଶିକାର ହେବାପରେ ତାଙ୍କର ଆଞ୍ଜିଓପ୍ଲାଷ୍ଟି କରାଯାଇଥିଲା । ଏହାପର ଠାରୁ ସମୟସମୟରେ ତାଙ୍କ ସ୍ବାସ୍ଥ୍ୟ ଭଲ ରହୁ ନଥିଲା। ଚିକିତ୍ସା ପାଇଁ ରୋହିତଙ୍କୁ ହସ୍ପିଟାଲରେ ଭର୍ତ୍ତି ହେବାକୁ ପଡ଼ୁଥିଲା। ଅସୁସ୍ଥତା କାରଣରୁ ରୋହିତ ଅନେକ ଦିନ ହେବ ଫ୍ୟାସନ ଦୁନିଆରୁ ଦୂରେଇ ଯାଇଥିଲେ।