ସ୍ପେନରେ ଭୟଙ୍କର ତାଣ୍ଡବ ରଚି ଚାଲିଛି ବନ୍ୟା
ବନ୍ୟାରେ ୯୫ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଲୋକ ବନ୍ୟାରେ ବାସଶୂନ୍ୟ ହୋଇଛନ୍ତି । ସ୍ପେନବାସୀଙ୍କ କହିବା କଥା, ସେମାନଙ୍କ ଜୀବନରେ ଆଗରୁ କେବେ ଏମିତି ବନ୍ୟା ଦେଖିନଥିଲେ । ବନ୍ୟା ଜଳ ଏମିତି ପ୍ରବେଶ କରିଥିଲା, ଯେମିତି ସୁନାମୀ ମାଡି ଆସିଲା । ମଙ୍ଗଳବାର ରାତିରେ ହଠାତ୍ ଏହି ବନ୍ୟା ଜଳ ବେଲେନ୍ସିୟାର ପୋଇରୋର୍ତାକୁ ମାଡି ଆସିଥିଲା । ୧୯୭୩ ପରେ ଏହା ସ୍ପେନରେ ତାଣ୍ଡବ ରଚିଥିବା ପ୍ରଥମ ବନ୍ୟା ।
ସେଠାକାର ମିଡିଆ ରିପୋର୍ଟ ମୁତାବକ, ମଙ୍ଗଳବାର ସଂଧ୍ୟାରେ ହଠାତ୍ ବନ୍ୟା ଜଳ ପ୍ରଖର ଓ ଉଚ୍ଚ ତରଙ୍ଗ ସହ ସହର ଭିତରକୁ ମାଡି ଆସିଥିଲା । ଗତ ସପ୍ତାହରେ ସେଠାରେ ହୋଇଥିବା ଲଗାଣ ଓ ଭାରି ବର୍ଷାରେ ଘରଦ୍ୱାର ବୁଡି ଯାଇଛି । ୯୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ନିଖୋଜ ରହିଛନ୍ତି । ସେନା ପକ୍ଷରୁ ବନ୍ୟା ପ୍ରଭାବିତ ଇଲାକାରେ ଗୁରୁବାରଠାରୁ ଆରମ୍ଭ ହେବା ନେଇ ସୂଚନା ଦେଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ମାର୍ଗାରିଟା ରୋବଲ୍ସ ।
ଆଗକୁ ପୂର୍ବାଞ୍ଚଳ ଭାଲେନ୍ସିଆ ଓ ଅନ୍ୟ ଇଲାକାରେ ଗୁରୁବାର ଆହୁରି ପ୍ରବଳ ବର୍ଷା ହେବା ନେଇ ସେଠାକାର ପାଣିପାଗ ବିଭାଗ ସୂଚନା ଦେଇଛି । ଏହି ପ୍ରାନ୍ତକୁ ରେଡ ଆଲର୍ଟ ଜାରି କରାଯାଇଛି ।