ସାଂସଦ ତେଜସ୍ୱୀ ସୂର୍ଯ୍ୟଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ମୋଦୀ

କର୍ଣ୍ଣାଟକର ଲୋକସଭା ସାଂସଦ ତେଜସ୍ୱୀ ସୂର୍ଯ୍ୟ ସଫଳତାର ସହ ଆଇରନ ମ୍ୟାନ ଚାଲେଞ୍ଜ ସମ୍ପନ୍ନ କରିଛନ୍ତି । ଏହା  ଏକ ପ୍ରଶଂସନୀୟ ଉପଲବ୍ଧି ବୋଲି କହି  ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦୀ । ଏକସ ରେ ଏକ ପୋଷ୍ଟରେ ଶ୍ରୀ ମୋଦୀ ଜି ଲେଖିଛନ୍ତି ଯେ ,ମୁଁ ନିଶ୍ଚିତ ଯେ ଏହା ଅନେକ ଯୁବପିଢ଼ିଙ୍କୁ ଫିଟନେସ୍ ସମ୍ବନ୍ଧିତ କାର୍ଯ୍ୟ କରିବାକୁ ପ୍ରୋତ୍ସାହିତ କରିବ । ଏଠାରେ ଉଲ୍ଲେଖଯୋଗ୍ୟ ଯେ ଗୋଆରେ ଆଇରନ ମ୍ୟାନ ଚାଲେଂଜ ଏକ 113 କିଲୋମିଟର ରେସ । ଯେଉଁଥିରେ ପହଁରିବା, ଦୈାଡିବା ଏବଂ ସାଇକେଲ ଚଲାଇବାକୁ ପଡିଥାଏ । ଏଥିରେ 50ଟି ଦେଶରୁ ପ୍ରତିଯୋଗୀମାନେ ଭାଗ ନେଇଥିଲେ ।