ଅକ୍ଟୋବର ୩୧ ସୁଦ୍ଧା ବିଭିନ୍ନ ଫ୍ରାଞ୍ଚାଇଜ ସେମାନଙ୍କର ଖେଳାଳି ରିଟେନସନ୍ ତାଲିକା ଜାରି କରିବେ। ମେଗା ଅକ୍ସନ ପୂର୍ବରୁ ଧୋନିଙ୍କୁ ଚେନ୍ନାଇ ରିଟେନ କରିବ କି ନାହିଁ, ତାହା ଏବେ ସୁଦ୍ଧା ସ୍ପଷ୍ଟ ହୋଇନାହିଁ। ଏହାରି ଭିତରେ ଏକ କାର୍ଯ୍ୟକ୍ରମରେ ଧୋନି ନିଜେ ଏପରି କିଛି କଥା କହିଛନ୍ତି, ଯାହା ଧୋନି ଓ ସିଏସକେ ଫ୍ୟାନ୍ସଙ୍କୁ ବେଶ ଉତ୍ସାହିତ କରିଛି।
ସେ କହିଛନ୍ତି କ୍ୟାରିୟରର ଶେଷ କିଛି ବର୍ଷ ଏଞ୍ଜୟ କରିବାକୁ ଚାହୁଁଛି । ତେବେ ଇଣ୍ଡିଆନ ପ୍ରିମିୟର ଲିଗ୍ ୨୦୨୫ ମେଗା ଅକ୍ସନ ପୂର୍ବରୁ ଏକ ଘରୋଇ ପ୍ରମୋସନାଲ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ମାହି । ଏହି ସମୟରେ ତାଙ୍କୁ ତାଙ୍କ ଆଇପିଏଲର କ୍ୟାରିୟରକୁ ନେଇ କିଛି ପ୍ରଶ୍ନ କରାଯାଇଥିଲା ।
ଏହି କାର୍ଯ୍ୟକ୍ରମରେ ଧୋନି କହିଛନ୍ତି, ‘ମୁଁ ମୋ କ୍ୟାରିୟରର ଶେଷ କିଛି ବର୍ଷର ଆନନ୍ଦ ନେବାକୁ ଚାହୁଁଛି।’ ଏଥିରୁ ପ୍ରଶଂସକମାନେ ଅନୁମାନ କରୁଛନ୍ତି ଯେ ମାହିଙ୍କୁ ଆଉ କିଛି ବର୍ଷ କ୍ରିକେଟ ମୈଦାନରେ ଦେଖିବାକୁ ମିଳିପାରେ। ଏପରି ମଧ୍ୟ ସମ୍ଭାବନା ରହିଛି ଯେ ଧୋନି ଆହୁରି ୩ ବର୍ଷ ପର୍ଯ୍ୟନ୍ତ ସିଏସକେ ଜର୍ସିରେ ଖେଳି ପାରନ୍ତି। କାରଣ ମେଗା ଅକ୍ସନରେ ରିଟେନ କରାଯାଇଥିବା ଖେଳାଳିଙ୍କ ପାଖରେ ସେହି ଦଳରେ ଅତି କମରେ ୩ ବର୍ଷ ପର୍ଯ୍ୟନ୍ତ ଖେଳିବା ପାଇଁ ସୁଯୋଗ ରହିଥାଏ ।