ଦୁଇ ଦିନିଆ ଋଷିଆ ଗସ୍ତ ସାରି ସ୍ବଦେଶ ଫେରିଛନ୍ତି ପ୍ରଧାନମନ୍ତ୍ରୀ

୧୬ତମ ବ୍ରିକ୍ସ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ଦୁଇ ଦିନିଆ ଋଷିଆ ଗସ୍ତ ସାରି ସ୍ବଦେଶ ଫେରିଛନ୍ତି। ରୁଷିଆର କାଜାନ ସହରରେ ଅନୁଷ୍ଠିତ ୧୬ତମ ବ୍ରିକ୍ସ ସମ୍ମିଳନୀରେ ସେ ଯୋଗ ଦେଇଥିଲେ। ତେବେ ତେବେ ଏହି ସମୟରେ ସେ ଋଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ ଓ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିଥିଲେ। ସେଠାରେ ସେ ସମ୍ବୋଧନ କରି କହିଥିଲେ, ଋଷିଆ-ୟୁକ୍ରେନ ବିବାଦର ଶାନ୍ତିପୂର୍ଣ୍ଣ ସମାଧାନ ଚାହୁଁ। ଏନେଇ ଆମେ ସବୁବେଳେ ପ୍ରତିବଦ୍ଧ ରହି ଆସିଛୁ। ସେହିପରି ପ୍ରଧାନମନ୍ତ୍ରୀ ମୋଦି ଯୁଦ୍ଧ, ଆର୍ଥିକ ଅନିଶ୍ଚିତତା, ଜଳବାୟୁ ପରିବର୍ତ୍ତନ, ଆତଙ୍କବାଦ ଉପରେ ଆଲୋକପାତ କରିଥିଲେ। ସେ କହିଥିଲେ, ଦୁନିଆକୁ ଏକ ସ୍ଥିରତା ଆଡକୁ ନେବାକୁ ଏହି ବ୍ରିକ୍ସ ସମ୍ମିଳନୀ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ। ଏହି ସମ୍ମିଳନୀ ଏବେଠାରୁ ଏକ ବନ୍ଧୁତ୍ୱପୂର୍ଣ୍ଣ ଦିଗକୁ ସୂଚନା ଦେଉଛି। ତାହା ହେଉଛି ଋଷିଆ ରାଷ୍ଟ୍ରପତି ପୁଟିନ୍‌ ଓ ଚାଇନା ରାଷ୍ଟ୍ରପତି ଜିନପିଙ୍ଗଙ୍କୁ ଏହି ସମ୍ମିଳନୀ ଏକାଠି କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଚାଇନା ରାଷ୍ଟ୍ରପତି ଜିନପିଙ୍ଗଙ୍କ ମଧ୍ୟରେ ବୁଧବାର ଦ୍ୱିପାକ୍ଷିକ ଆଲୋଚନା ଅନୁଷ୍ଠିତ ହୋଇଥିଲା। ସୀମାରେ ଶାନ୍ତି, ପାରସ୍ପରିକ ବିଶ୍ୱାସ ଏବଂ ସମ୍ମାନକୁ ପ୍ରଥମିକତା ଦେବା ନିମନ୍ତେ ପ୍ରଧାନମନ୍ତ୍ରୀ ଚାଇନା ରାଷ୍ଟ୍ରପତିଙ୍କୁ କହିଛନ୍ତି |