ଅଭିଷେକ କାହିଁକି ଐଶ୍ୱର୍ଯ୍ୟାଙ୍କ ସହ ଦେଖାଯାଉନାହାଁନ୍ତି ?

କିଛି ଦିନ ଧରି ବଚ୍ଚନ ପରିବାରରେ କଣ ଘଟୁଛି ତାକୁ ନେଇ ଚର୍ଚା ହେଉଛି । କୁହାଯାଉଛି ଅଭିଷେକ ଓ ଐଶ୍ବର୍ଯ୍ୟାଙ୍କ ସଂପର୍କରେ ଫାଟ ସୃଷ୍ଟି ହୋଇଛି । ଏବେ ଏକ ଫଟୋ ଭାଇରାଲ ହେଉଛି । ଏଥିରେ ଐଶ୍ବର୍ଯ୍ୟାଙ୍କ ପରିବାର ଅଭିଷେକ ନାହାଁନ୍ତି । ଏକ ଜନ୍ମଦିନ ପାର୍ଟିରେ ଯୋଗ ଦେଇଥିଲେ, ଯାହାର ଫଟୋ ସୋଶାଲ ମିଡିଆରେ ଖୁବ ଭାଇରାଲ ହେଉଛି। ଆଉ ସବୁଠାରୁ ବଡ଼କଥା ହେଉଛି, ଏହି ଫଟୋରେ ଅଭିଷେକଙ୍କୁ ଦେଖିବାକୁ ମିଳିନାହିଁ।

ସାମାଜିକ ଗଣମାଧ୍ୟମରେ ଘୂରି ବୁଲୁଥିବା ଫଟୋରେ ଐଶ୍ୱର୍ଯ୍ୟା ରାୟଙ୍କୁ ତାଙ୍କ ମାଆ ବୃନ୍ଦା ରାୟ ଓ ଅନ୍ୟ ସମ୍ପର୍କୀୟ ଭାଇଭଉଣୀଙ୍କ ସହ ଏକ ଜନ୍ମଦିନ ପାଳନ ଅବସରରେ ଏକାଠି ହୋଇଥିବା ଦେଖିବାକୁ ମିଳୁଛି। ଐଶ୍ୱର୍ଯ୍ୟାଙ୍କ ସହ ତାଙ୍କ ଝିଅ ଆରାଧ୍ୟା ମଧ୍ୟ ନଜର ଆସିଛନ୍ତି। ହେଲେ ଏହି ଫଟୋରେ ଅଭିଷେକଙ୍କ ଅନୁପସ୍ଥିତି ନାନା ପ୍ରଶ୍ନ ସୃଷ୍ଟି କରିଛି। ଛାଡ଼ପତ୍ର ଗୁଜବ ମଧ୍ୟରେ ଐଶ୍ୱର୍ଯ୍ୟା ନିଜ ଝିଓ ଓ ମାଆଙ୍କ ସହ ଯେତେବେଳେ ଏକ ଜନ୍ମଦିନ ପାର୍ଟିରେ ଯୋଗ ଦେଇଥିଲେ, ସେଠାରେ କିନ୍ତୁ ଅଭିଷେକଙ୍କୁ ଦେଖିବାକୁ ମିଳିନାହିଁ।