ତୈଳ ଦର ବୃଦ୍ଧିକୁ ନେଇ ମୁହଁ ଖୋଲିଲେ ନୀତିନ ଗଡକରୀ

ତୈଳ ଦର ବୃଦ୍ଧିକୁ ନେଇ ମୁହଁ ଖୋଲିଲେ ନୀତିନ ଗଡକରୀ

ମେଟ୍ରୋ ଓଡିଶା (୨୬.୩.୨୦୨୨ ) :

ଦେଶରେ କିଛିଦିନ ପରେ ପୁଣି ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଇଛି । ଗତ ୫ ଦିନରେ ତୈଳ ଦର ପ୍ରାୟ ୩ ଟଙ୍କା ୨୦ ପଇସା ବୃଦ୍ଧି ପାଇଲାଣି । ତେବେ ତେଲ ଦର କଣ ପାଇଁ ବଢୁଛି ସେନେଇ ମୁହଁ ଖୋଲିଛନ୍ତି କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ । ନୀତିନ ଗଡକରୀ କହିଛନ୍ତି ଯେ, ଏବେ ଋଷ ଓ ୟୁକ୍ରେନ ମଧ୍ୟରେ ଭୟଙ୍କର ଯୁଦ୍ଧ ଜାରି ରହିଛି । ତେଣୁ ଅନ୍ତରାଷ୍ଟ୍ରୀୟ ବଜାରରେ ତେଲ ଦର ବଢିଛି । ଯାହା ଭାରତ ସରକାରଙ୍କ ନିୟନ୍ତ୍ରଣ ବାହାରେ । ସେ ଆହୁରି କହିଛନ୍ତି ଯେ, ଭାରତ ୮୦ ପ୍ରତିଶତ ତେଲ ଆମଦାନୀ କରିଥାଏ । ଯୁଦ୍ଧ ପାଇଁ ତେଲ ବଜାରରେ ନିଆଁ ଲାଗିଛି । ସରକାର ଏହା ଉପରେ କିଛି କରିପାରିବେ ନାହିଁ । ଭାରତ ୨୦୦୪ରୁ ଆତ୍ମନିର୍ଭର ହେବା ଉପରେ ଜୋର୍ ଦେଉଛି । ତେଣୁ ସ୍ୱଦେଶୀ ଜ୍ଞାନ କୌଶଳକୁ ବିକଶିତ କରିବାକୁ ହେବ । ନିଜେ ଇନ୍ଧନ ତିଆରିର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି ।

ସୂଚନାଯୋଗ୍ୟ, ମାର୍ଚ୍ଚ ୨୨ ତାରିଖରୁ ମୂଲ୍ୟବୃଦ୍ଧି ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି କ୍ରମରେ ଶନିବାର ଚତୁର୍ଥ ଦିନ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ହୋଇଥିବା ବେଳେ ଲିଟର ପିଛା ୮୦ ପଇସା ଲେଖାଏଁ ବଢ଼ିଛି। ଫଳରେ ଚାରି ଦିନରେ ଲିଟର ପିଛା ଡିଜେଲ ଓ ପେଟ୍ରୋଲ ଦର ୩ ଟଙ୍କା ୨୦ ପଇସା ପର୍ଯ୍ୟନ୍ତ ମହଙ୍ଗା ହୋଇଛି।