ଜମ୍ମୁ ଓ କଶ୍ମୀରରେ ପୁଣି ଟାର୍ଗେଟ ହତ୍ୟା କଲେ ଆତଙ୍କବାଦୀ
ଜମ୍ମୁ-କଶ୍ମୀରରେ ନିର୍ବାଚନ ସରିବା ପରେ ପୁଣି ଆତଙ୍କବାଦୀ ସେମାନଙ୍କ ଉଗ୍ରରୂପ ଦେଖାଇଛନ୍ତି । ମୁଖ୍ୟମନ୍ତ୍ରୀ ଉମର ଅବଦୁଲ୍ଲାଙ୍କ ଆସନ ଗନ୍ଦରବଲ ଜିଲ୍ଲା ଗଗନଗିରିର ସୋନମର୍ଗ ଅଞ୍ଚଳରେ ଜେଡ୍-ମୋଡ୍ ଟନେଲ ନିକଟରେ ଏକ ଗୁଳିମାରି ଦୁଇ ଶ୍ରମିକଙ୍କୁ ହତ୍ୟା କରିଛନ୍ତି ।
ଏହି ସନ୍ଦିଗ୍ଧ ଆତଙ୍କବାଦୀ ଆକ୍ରମଣରେ ୨ ଜଣ ପ୍ରବାସୀ ଶ୍ରମିକ ନିହତ ହୋଇଛନ୍ତି। ଏଥିରେ ୨ରୁ ୩ ଜଣ ଆହତ ହୋଇଛନ୍ତି ।ପୋଲିସ , ସେନା ସମ୍ପୃକ୍ତ ଅଞ୍ଚଳକୁ ଘେରାବନ୍ଦୀ କରିଥିଲା। ଗୁଳିକାଣ୍ଡରେ ପ୍ରାଣ ହରାଇଥିବା ୨ ଜଣ ଜମ୍ମୁ ଓ କଶ୍ମୀର ବାହାରର ଶ୍ରମିକ ବୋଲି ସୂଚନା ମିଳିଛି। ଜମ୍ମୁ-କଶ୍ମୀରର ବାରମୁଲା ଜିଲ୍ଲାର ଉରି ସେକ୍ଟରରେ ଆତଙ୍କବାଦୀଙ୍କ ଅନୁପ୍ରବେଶ ଉଦ୍ୟମକୁ ସୁରକ୍ଷାବାହିନୀ ପଣ୍ଡ କରିଦେଇଥିଲେ। ଏହି ଅନୁପ୍ରବେଶ ସମୟରେ ଜଣେ ଆତଙ୍କବାଦୀ ନିହତ ହୋଇଥିଲା।