ଶିକ୍ଷା ସମ୍ପର୍କକୁ ସୁଦୃଢ଼ କରିବା ପାଇଁ ୭ ଦିନିଆ ସିଙ୍ଗାପୁର ଓ ଅଷ୍ଟ୍ରେଲିଆ ଗସ୍ତରେ ଗଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଅକ୍ଟୋବର ୨୦ରୁ ୨୬ ତାରିଖ ପର୍ଯ୍ୟନ୍ତ ସିଙ୍ଗାପୁର ଓ ଅଷ୍ଟ୍ରେଲିଆରେ ସେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ।ସିଙ୍ଗାପୁରର ପ୍ରଧାନମନ୍ତ୍ରୀ, ଉପପ୍ରଧାନମନ୍ତ୍ରୀ, ଶିକ୍ଷା ମନ୍ତ୍ରୀ, ବୈଦେଶିକ ମନ୍ତ୍ରୀଙ୍କୁ ଭେଟିବେ। ଏସିଆର ଏକ ନମ୍ବର ସ୍ଥାନରେ ଥିବା ସିଙ୍ଗାପୁରର ନ୍ୟାସନାଲ ୟୁନିଭର୍ସିଟି ପରିଦର୍ଶନ କରିବେ ଧର୍ମେନ୍ଦ୍ର ପ୍ରଧାନ। ଶିକ୍ଷାବିତ୍, ଆଇଆଇଟି ଓ ଆଇଆଇଏମର ପୂର୍ବତନ ଛାତ୍ରଛାତ୍ରୀଙ୍କୁ ଭେଟି ଉଭୟ ଦେଶର ଶିକ୍ଷା ବ୍ୟବସ୍ଥା ସମ୍ବନ୍ଧରେ ଚର୍ଚ୍ଚା କରିବେ । ଶିକ୍ଷା କ୍ଷେତ୍ରରେ ଦ୍ବିପାକ୍ଷିକ ସ୍ବାର୍ଥର ଗୁରୁତ୍ବପୂର୍ଣ୍ଣ କ୍ଷେତ୍ରରେ ସହଯୋଗ ଏବଂ ସମନ୍ବୟକୁ ପ୍ରୋତ୍ସାହିତ କରିବା ପାଇଁ ସେ ଅଷ୍ଟ୍ରେଲିଆ ଶିକ୍ଷାମନ୍ତ୍ରୀଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ଏଥିସହ ସେ ଭିକ୍ଟୋରିଆର ପ୍ରଧାନମନ୍ତ୍ରୀ ଜାକିଣ୍ଟା ଆଲାନଙ୍କୁ ଭେଟିବେ । ମୋନାଶ ବିଶ୍ବବିଦ୍ୟାଳୟର ଇନୋଭେସନ ଲ୍ୟାବ୍ ଏବଂ ସେଣ୍ଟର ଫର୍ ନାନୋ-ଫେବ୍ରିକେସନ୍ ପରିଦର୍ଶନ କରିବେ। ଅଷ୍ଟ୍ରେଲିଆରେ ଅନ୍ତର୍ଜାତୀୟ ଶିକ୍ଷା ସମ୍ମିଳନୀକୁ ସମ୍ବୋଧିତ କରିବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ। ବିଭିନ୍ନ ପ୍ରମୁଖ ବିଶ୍ବବିଦ୍ୟାଳୟ, ଟେକ୍ନୋଲୋଜି ଏବଂ ଶିଳ୍ପ ଅନୁଷ୍ଠାନ ପରିଦର୍ଶନ କରିବେ। ମେଡଟେକ୍ ପ୍ରୋଟୋଟାଇପିଂ ଏବଂ ବିନିର୍ମାଣ କ୍ଷେତ୍ରରେ ଜଣାଶୁଣା ଆରଏମଆଇଟି ବିଶ୍ବବିଦ୍ୟାଳୟର ‘ଡିସ୍କଭରୀ ଟୁ ଡିଭାଇସ୍’ ପରିଦର୍ଶନ କରିବେ ଧର୍ମେନ୍ଦ୍ର ପ୍ରଧାନ। ଏହି ଗସ୍ତ ମେଡିକାଲ ଟେକ୍ନୋଲୋଜିର ବାଣିଜ୍ୟିକ ଏବଂ ଡ୍ରାଇଭିଂ ଇନୋଭେସନରେ ଶିଳ୍ପ-ଏକାଡେମୀ ଲିଙ୍କେଜର ଭୂମିକା ପାଇଁ ସହଯୋଗୀ ଆଭିମୁଖ୍ୟକୁ ଅନ୍ବେଷଣ କରିବ।
ଅଷ୍ଟ୍ରେଲିଆରେ ପ୍ରବାସୀ ଭାରତୀୟଙ୍କୁ ଭେଟିବା ସହ ଭାରତୀୟ ଶିକ୍ଷାବିତ୍ ଓ ଛାତ୍ରଛାତ୍ରୀଙ୍କ ସହ ଶିକ୍ଷା ଓ ଗବେଷଣା ସମ୍ପର୍କରେ ମଧ୍ୟ ଆଲୋଚନା କରିବେ। କେନ୍ଦ୍ରମନ୍ତ୍ରୀଙ୍କ ଏହି ଗସ୍ତ ଶିକ୍ଷା କ୍ଷେତ୍ରରେ ସିଙ୍ଗାପୁର ଓ ଅଷ୍ଟ୍ରେଲିଆ ସହ ସହଯୋଗ, ଭାଗିଦାରୀ ଏବଂ ସମନ୍ୱୟକୁ ପ୍ରୋତ୍ସାହିତ କରିବ ।
Trending
- ମହାପ୍ରଭୁଙ୍କ ରତ୍ନ ଅଳଙ୍କାର କାହିଁକି ସାର୍ବଜନୀନ କରାଯିବ ନାହିଁ ବୋଲି ସେ ପ୍ରଶ୍ନ ଉଠାଇଲେ ଜଗନ୍ନାଥଙ୍କ ମୁଖ୍ୟ ବାଡ଼ଗ୍ରାହୀ ଜଗନ୍ନାଥ ସ୍ବାଇଁ ମହାପାତ୍ର
- “ବ୍ରିକ୍ସ ସମ୍ମିଳନୀ”ରେ କୋରାପୁଟର ପ୍ରସିଦ୍ଧ ଆରବିକା କଫି “ଟାଇଗର ବ୍ରାଇଟ୍”,ଚାଷୀ ପରିବାରର ଭାଗ୍ୟ ବଦଳାଇବାରେ ସାହାଯ୍ୟ କରିବ
- ଏହି କାରଣରୁ ବ୍ରିକସ୍ସ ମ୍ମିଳନୀ ମଝିରୁ ନିଜ ଦେଶକୁ ଫେରିଗଲେ ଅବୁଧାବୀ କ୍ରାଉନ ପ୍ରିନ୍ସ
- ୧୮ତମ BRICS ଶିଖର ସମ୍ମିଳନୀ ୨୦୨୬: ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଫଟୋ ଉଠାଇବାକୁ ବିଦେଶୀ ମହିଳା ପ୍ରତିନିଧିମାନଙ୍କ ମଧ୍ୟରେ ବେଶ ଉତ୍ସାହ
- ବ୍ରିକ୍ସ ସମ୍ମିଳନୀରେ ଆତଙ୍କବାଦ ବିରୋଧରେ ଭାରତର କୂଟନୈତିକ ଆଭିମୁଖ୍ୟକୁ ବଡ଼ ସମର୍ଥନ
- ୟୁଏଇରେ ତିନି ଦିନିଆ ନିବେଶ ଅଭିଯାନ ଶେଷ: ୨,୪୩,୧୬୨ କୋଟି ଟଙ୍କାର ପ୍ରସ୍ତାବ ଏବଂ ୬,୧୮,୭୨୫ଟି ନିଯୁକ୍ତି ସମ୍ଭାବନା
- ବନତାରାରୁ ନନ୍ଦନକାନନକୁ ଆସିଲେ ୪୦ରୁ ଅଧିକ ଜୀବଜନ୍ତୁ,ପର୍ଯ୍ୟଟକଙ୍କ ପାଇଁ ଏହା ହେବ ଏକ ନୂଆ ଅନୁଭୂତି
- ଓଡ଼ିଶା ଛାଡ଼ି ଇଣ୍ଡୋନେସିଆ ଯିବେ ୫ଟି ଶିଶୁ ଓରାଙ୍ଗଉଟାନ୍
- ଗଣେଷ ପୂଜା ସମୟରେ ୬୫ ଡିବି ଡିଜେ ସାଉଣ୍ଡରୁ ଊର୍ଦ୍ଧ୍ୱ, ଅଶ୍ଳୀଳ ନୃତ୍ୟ ଉପରେ ସମ୍ପୂର୍ଣ୍ଣ ରୋକ
- ମା’କୁ ଖୋଜିବାର ମାନସିକ ଚାପରେ ଓରାଙ୍ଗଓଟାନ,ଷ୍ଟ୍ରେସ୍ କମାଇବା ପାଇଁ ଦିଆଯିବ ମ୍ୟୁଜିକ୍ ଥେରାପି
Next Post