ଝାରଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ବିଜେପି ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଏହି ତାଲିକାରେ ମୋଟ ୬୬ଟି ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ରହିଛି। ବିଜେପି ରାଜ୍ୟର ୮୧ଟି ଆସନରୁ ୬୮ଟିରେ ଲଢ଼ିବ ଓ ସହଯୋଗୀଙ୍କ ପାଇଁ ବାକି ଆସନ ଛାଡ଼ିବାକୁ ନେଇଛି। ଏହି କ୍ରମରେ ଦଳ ଆଜି ୬୬ଟି ଆସନ ପାଇଁ ପ୍ରାର୍ଥୀଙ୍କ ତାଲିକା ଜାରି କରିଛି।
ସୂଚନା ଅନୁସାରେ, ଓଡ଼ିଶାର ରାଜ୍ୟପାଳ ରଘୁବର ଦାସଙ୍କ ବୋହୂ ପୂର୍ଣ୍ଣିମା ଦାସ ସାହୁଙ୍କୁ ଜାମସେଦପୁର ଇଷ୍ଟରୁ ବିଜେପି ଟିକେଟ ଦେଇଛି। ଜଗନ୍ନାଥପୁରରୁ ଗୀତା କୋଡା ଓ ପୂର୍ବତନ କେନ୍ଦ୍ରମନ୍ତ୍ରୀ ସୁଦର୍ଶନ ଭଗତ ବିଜେପି ଟିକେଟରେ ଗୁମଲାରୁ ଲଢ଼ିବେ।ଝାରଖଣ୍ଡର ସମସ୍ତ ୮୧ଟି ବିଧାନସଭା ଆସନ ପାଇଁ ଦୁଇଟି ପର୍ଯ୍ୟାୟରେ ଭୋଟ ହେବ। ନଭେମ୍ବର ୧୩ରେ ପ୍ରଥମ ଓ ୨୦ରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ହେବ। ଏଠାରେ ଭୋଟ ଗଣତି ସହ ଫଳାଫଳ ନଭେମ୍ବର ୨୩ରେ ପ୍ରକାଶ ପାଇବ।