24 ତାରିଖରେ ପୁରୀ ଆସିବେ ରାଷ୍ଟ୍ରପତି
ଆସନ୍ତା 24 ତାରିଖରେ ପୁରୀ ଆସିବେ ରାଷ୍ଟ୍ରପତି। ଗୁରୁବାର ମଧ୍ୟାହ୍ନ 12ଟାରୁ 12.30 ମଧ୍ୟରେ ରାଷ୍ଟ୍ରପତି ଶ୍ରୀମନ୍ଦିର ଯାଇ ଶ୍ରୀଜୀଉଙ୍କ ଦର୍ଶନ କରିବେ । ଶୁକ୍ରବାର ପୁରୀରେ ବସିଥିବା ଛତିଶାନିଯୋଗ ବୈଠକରେ 23 ଓ 24 ତାରିଖ ପାଇଁ ଶ୍ରୀମନ୍ଦିରର ନୀତି ନିର୍ଘଣ୍ଟ ହୋଇଛି । 24 ତାରିଖ ଭୋର 4ଟାରୁ ଶ୍ରୀମନ୍ଦିର ସିଂହଦ୍ଵାର ଫିଟିବ । ଦିନ 11ଟାରୁ ସର୍ବସାଧାରଣଙ୍କ ଦର୍ଶନ ବନ୍ଦ ରହିବ । ରାଷ୍ଟ୍ରପତିଙ୍କ ଦର୍ଶନ ସମୟରେ ପାଳିଆ ସେବକଙ୍କ ବ୍ୟତୀତ ଆଉ କେହି ଉପସ୍ଥିତ ରହିବେ ନାହିଁ । ଗର୍ଭଗୃହରେ ଶ୍ରୀଜୀଉଙ୍କ ଦର୍ଶନ କରିବେ ରାଷ୍ଟ୍ରପତି ।