ଦରଦାମ ବଢ଼ିଥିବା ବେଳେ ପୂଜା ଖର୍ଚ ପାଇଁ କେନ୍ଦ୍ର ସରକାର ସରକାରୀ କର୍ମଚାରୀଙ୍କୁ ମହଙ୍ଗା ଭତ୍ତା ପ୍ରଦାନ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସରକାର ଦୀପାବଳି ଭେଟି ଦେଇଛନ୍ତି। ମହଙ୍ଗା ଭତ୍ତା ବୃଦ୍ଧି କରିବାକୁ ମୋଦୀ ସରକାର ବୁଧବାର ନିଷ୍ପତ୍ତି ନେଇଛନ୍ତି। କ୍ୟାବିନେଟ ବୈଠକ ପରେ ସରକାର ଏହି ସୂଚନା ପ୍ରଦାନ କରିଛନ୍ତି। ସପ୍ତମ ବେତନ ଆୟୋଗ ଅଧୀନରେ ମହଙ୍ଗା ଭତ୍ତା ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆଯାଇଛି।
ଭାରତ ସରକାର ପ୍ରାୟ ୪୯ ଲକ୍ଷ କର୍ମଚାରୀ ଏବଂ ୬୦ ଲକ୍ଷ ପେନସନଭୋଗୀଙ୍କ ମହଙ୍ଗା ଭତ୍ତା ଏବଂ ମହଙ୍ଗା ରିଲିଫ୍ ଅର୍ଥାତ୍ ଡିଏ ଏବଂ ଡିଆରକୁ ୩ ପ୍ରତିଶତ ବୃଦ୍ଧି କରିଛନ୍ତି। ଏହା ଦ୍ବାରା ପ୍ରାୟ ଏକ କୋଟିରୁ ଅଧିକ କର୍ମଚାରୀ ଉପକୃତ ହେବେ। କେନ୍ଦ୍ର କ୍ୟାବିନେଟ ବୈଠକରେ କେନ୍ଦ୍ରୀୟ କର୍ମଚାରୀଙ୍କ ଡିଏରେ ୩ ପ୍ରତିଶତ ବୃଦ୍ଧି ଅନୁମୋଦନ ହୋଇଛି। ଦୀପାବଳି ପୂର୍ବରୁ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୫୦ ପ୍ରତିଶତରୁ ୫୩ ପ୍ରତିଶତକୁ ବୃଦ୍ଧି ପାଇଛି ।