ମହମ୍ମଦ ସିରାଜ ଡିଏସପି ହେବାପରେ ପୋଷ୍ଟ ସେୟାର କରି ଶୁଭେଚ୍ଛା ଜଣାଇଲେ ଋଷଭ
ଭାରତୀୟ ଦଳର ଅଭିଜ୍ଞ ୱିକେଟ୍ କିପର-ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତ ଦ୍ରୁତ ବୋଲର ମହମ୍ମଦ ସିରାଜଙ୍କୁ ତେଲେଙ୍ଗାନାର ଡିଏସପି ହୋଇଥିବାରୁ ଅଭିନନ୍ଦନ ଜଣାଇଛନ୍ତି। ମହମ୍ମଦ ସିରାଜଙ୍କୁ ଅକ୍ଟୋବର ୧୧ରେ ତେଲେଙ୍ଗାନାର ଡିଏସପି ଭାବରେ ନିଯୁକ୍ତ କରାଯାଇଛି। କେବଳ ଏତିକି ନୁହେଁ ସେ ଆଜି ତେଲେଙ୍ଗାନା ଡିଜିପି ଅଫିସରେ ପହଞ୍ଚି ବିଧିବଦ୍ଧ ଭାବେ ଏହି ଦାୟିତ୍ବ ଗ୍ରହଣ କରିଛନ୍ତି। ଏହି ଅବସରରେ ତେଲେଙ୍ଗାନା ଡିଜିପି ଓ ଅନ୍ୟ ବରିଷ୍ଠ ପୁଲିସ ଅଧିକାରୀମାନେ ଉପସ୍ଥିତ ଥିଲେ।