ହାଇଦ୍ରାବାଦର ରାଜୀବ ଗାନ୍ଧି ଅନ୍ତର୍ଜାତୀୟ ଷ୍ଟାଡିୟମଠାରେ ସାମସନଙ୍କ ଧୁଆଁଧାର ବ୍ୟାଟିଂରେ ଘାଇଲା ହୋଇଛି ବାଂଲାଦେଶ । ୩ୟ ଟି-୨୦ରେ ବାଂଲାଦେଶକୁ ୧୩୩ ରନରେ ହରାଇ ବିପୁଳ ବିଜୟ ହାସଲ କରିଛି ଭାରତ । ଭାରତ ପକ୍ଷରୁ ବାଂଲାଦେଶ ଆଗରେ ୨୯୮ ରନର ଲକ୍ଷ୍ୟ ରଖାଯାଇଥିବାବେଳେ ବାଂଲାଦେଶ ନିର୍ଦ୍ଧାରିତ ୨୦ ଓଭରରେ ୭ ଓ୍ବିକେଟ ହରାଇ ୧୬୭ ରନ କରିପାରିଥିଲା । ଦଳ ପକ୍ଷରୁ ତାହ୍ବିଦ ହ୍ରିଦୟ ୬୩ ରନ କରିଥିବାବେଳେ ଲିଟନ ଦାସ ୪୨ ରନ କରିଥିଲେ । ଭାରତ ପକ୍ଷରୁ ରବି ବିଷ୍ଣୋଇ ୩ଟି ଓ ମୟଙ୍କ ଯାଦବ ୨ଟି ଓ୍ବିକେଟ ନେଇଥିଲେ ।
ଏହି ମ୍ୟାଚରେ ଭାରତ ଟସ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଭାରତ ପକ୍ଷରୁ ଇନିଂସ ଓପନ କରିଥିବା ଅଭିଷେକ ଶର୍ମା ମାତ୍ର ୪ ରନ କରି ଆଉଟ ହୋଇଥିଲେ । ତେବେ ସଂଜୁ ସାମସନ ଓ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଲଢୁଆ ବ୍ୟାଟିଂ କରି ସ୍କୋରକୁ ଆଗେଇ ନେଇଥିଲେ । ସାମସନ ବିସ୍ଫୋରକ ବ୍ୟାଟିଂ କରି ମାତ୍ର ୪୭ଟି ବଲରୁ ୧୧୧ ରନ କରିଥିଲେ । ନିଜର ଏହି ଇନିଂସରେ ସେ ୧୧ଟି ଚୌକା ଓ ୮ଟି ଛକା ମାରିଥିଲେ । ସେହିପରି ସୂର୍ଯ୍ୟକୁମାର ୩୫ଟି ବଲରୁ ୭୫ ରନ କରିଥିଲେ । ହାର୍ଦ୍ଦିକ ପାଣ୍ଡ୍ୟା ୪୭ ରନ ଓ ରିୟାନ ପରାଗ ୩୪ ରନ କରିଥିଲେ । ଏହି ମ୍ୟାଚରେ ଦ୍ରୁତତମ ଅର୍ଧଶତକ,ଦୃତତମ ଶତକ, ଗୋଟିଏ ମ୍ୟାଚରେ ସର୍ବାଧିକ ଛକା, ସର୍ବାଧିକ ଚୈାକା ରେକର୍ଡ କରାଯାଇଛି ।