ମୋଦି ଦାନ ଦେଇଥିଲେ ଚୋର ନେଇଗଲେ ମା ଦେବୀ କାଳୀଙ୍କର ମୁକୁଟ
ବାଂଲାଦେଶରେ ହିନ୍ଦୁ ମନ୍ଦିରରେ କଣ ସବୁ ଚାଲିଛି ତାକୁ ନେଇ ଭାରତ ଅସନ୍ତୋଷ ପ୍ରକାଶ କରିଛି । ହିନ୍ଦୁ ଦେବାଦେବୀ ମନ୍ଦିର ଆକ୍ରମଣ ବାରମ୍ବାର ହେଉଛି । ମୂର୍ତ୍ତି ଭଂଗା ଯାଉଥିବା ବେଳେ ମନ୍ଦିର ଭଂଗାଯାଉଛି । ତେବେ ପ୍ରଧାନମନ୍ତ୍ରୀ ମୋଦି ଯେଉଁ ମନ୍ଦିରର ମା କାଳୀଙ୍କୁ ସୁନାର ମୁକୁଟ ଦେଇଥିଲେ ତାକୁ ବି ଛାଡିନାହାଁନ୍ତି । ସତଖୀରା ଶ୍ୟାମନଗରରେ ଥିବା ଦେବୀ କାଳୀଙ୍କ ମନ୍ଦିରରୁ ସ୍ବର୍ଣ୍ଣ ମୁକୁଟ ଚୋରି ହୋଇଯାଇଛି। ମନ୍ଦିରର ଜଣେ ସଫେଇ କର୍ମୀ ପ୍ରଥମେ ଦେବୀ ମା’ଙ୍କ ମସ୍ତକରେ ମୁକୁଟ ନଥିବା ଦେଖି କର୍ତ୍ତୃପକ୍ଷଙ୍କୁ ଅବଗତ କରିଥିଲେ। ଜେଶୋରେଶ୍ବରୀ ମନ୍ଦିରରେ ଦେବୀ କାଳୀଙ୍କର ସୁନା ମୁକୁଟ ଚୋରି ହୋଇଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୨୧ରେ ବାଂଲାଦେଶ ଗସ୍ତରେ ଯିବା ସମୟରେ ଏହି ମୁକୁଟ ଉପହାର ଦେଇଥିଲେ। ଭାରତ ଉକ୍ତ ଘଟଣାକୁ ଗମ୍ଭୀରତାର ସହ ଗ୍ରହଣ କରିଛି । ଏକ୍ସରେ ଏକ ପୋଷ୍ଟ୍ କରି ଢାକାରେ ଅବସ୍ଥାପିତ ଭାରତୀୟ ହାଇକମିସନର କହିଛନ୍ତି, ଆମେ ଉକ୍ତ ଘଟଣାରେ ଗଭୀର ଚିନ୍ତା ପ୍ରକଟ କରୁଛୁ ଏବଂ ଚୋରି ଘଟଣାର ତଦନ୍ତ ପାଇଁ ବାଂଲାଦେଶ ସରକାରଙ୍କୁ ଅନୁରୋଧ କରୁଛୁ।