ବଢ଼ୁଛି ଦେଶରେ ଅରବପତିଙ୍କ ସଂଖ୍ୟା; ତାଲିକାରେ ଏଣ୍ଟ୍ରି କଲେ ୫୧ ଧନୀ

these-indian-cities-are-home-to-most-billionaires

ମେଟ୍ରୋ ଓଡ଼ିଆ (୨୫.୩.୨୦୨୨):

କରୋନା ମହାମାରୀ ସମୟରେ ଗରୀବ ଅଧିକ ଗରୀବ ହୋଇ ଯାଇଥିବା ବେଳେ ଧନୀଙ୍କ ଧନ ବଢ଼ିବାରେ ଲାଗିଛି। ଏଥିସହ ଧନୀଙ୍କ ତାଲିକା ମଧ୍ୟ ବେଶ୍‌ ଲମ୍ବା ହେବାରେ ଲାଗିଛି। ଭାରତ ପରି ପ୍ରଗତିଶୀଳ ଦେଶରେ ଦେଖିବାକୁ ମିଳିଛି ପରି ଚିତ୍ର, ଯାହାକି ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ । ଧନୀ-ଗବେଷଣା ପତ୍ରିକା ‘Hurun’ ରେ ବାହାରିଥିବା ତଥ୍ୟ ଅନୁଯାୟୀ, ଗତ ବର୍ଷ ଭାରତରେ ଅରବପତି ତାଲିକାରେ ଏଣ୍ଟ୍ରି କରିଛନ୍ତି ୫୧ ଜଣ।

ଏଥିସହ ଭାରତରେ ଅରବପତିଙ୍କ ସଂଖ୍ୟା ୨୫୦ ଅତିକ୍ରମ କରି ଯାଇଛି। ଏହି ମାମଲାରେ ସମଗ୍ର ବିଶ୍ୱରେ ଭାରତ ତୃତୀୟ ସ୍ଥାନ ଅଧିକାର କରିଥିବା ବେଳେ ଏହା ଆଗରେ କେବଳ ଆମେରିକା ଓ ଚୀନ ହିଁ ରହିଛନ୍ତି। ଏହି ରିପୋର୍ଟରେ ଏପରି ତଥ୍ୟ ସାମନାକୁ ଆସିଛି ତାହାକୁ ଆପଣଙ୍କୁ ଚକିତ କରିଦେବ। ଭାରତର ଫାଇନାଲସିଆଲ ରାଜଧାନୀ ମୁମ୍ବାଇକୁ ଅଧିକ ଅରବପତି ପସନ୍ଦ କରୁଥିବା ବେଳେ ଅମ୍ବାନୀ, ଅଦାନୀଙ୍କ ରାଜ୍ୟ ଗୁଜୁରାଟ ତଥା ଲକ୍ଷ୍ନୌରେ ଜଣେ ବି ଅରବପତି ନାହାନ୍ତି। Henley & Partners ପକ୍ଷରୁ ଭାରତୀୟ ବିଲେନିୟରଙ୍କୁ ନେଇ ସଦ୍ୟ ଏକ ରିପୋର୍ଟ ପ୍ରକାଶ ପାଇଛି। ଭାରତର କେଉଁ ସହରରରେ କେତେ ଅରବପତି ଅଛନ୍ତି, ସେ ସମ୍ପର୍କରେ ଏହି ରିପୋର୍ଟରେ ସବିଶେଷ ତଥ୍ୟ ଦିଆଯାଇଛି।

ଦେଶର ରାଜଧାନୀ ଦିଲ୍ଲୀ ଧନକୁବେରଙ୍କ ପସନ୍ଦ ତାଲିକାରେ ଦ୍ୱିତୀୟରେ ରହିଛି। ଏଠାରେ ଦେଶର ୧୫ ବିଲେନିୟର ଓ ୧୨୨ ସେଣ୍ଟିମିଲେନିୟର, ୨ ହଜାରରୁ ଅଧିକ ମଲ୍ଟିମିଲେନିୟର ଓ ୩୦.୫୦୦ HNWI(High-Net-Worth Individual) ଅଧିକ ଅର୍ଥ ରୋଜଗାର କରୁଥିବା ଲୋକ ରହୁଛନ୍ତି। ଭାରତର ସିଲିକନ ଭ୍ୟାଲି ନାମରେ ପରିଚିତ ବେଙ୍ଗାଲୁର ବି ଅରବପତିଙ୍କ ଅନ୍ୟତମ ପସନ୍ଦ। ଏହି ସହରରେ ଏବେ ୬ ବିଲେନିୟର ଓ ୪୬ ସେଣ୍ଟିମିଲେନିୟର ଅଛନ୍ତି। ଏହି ଟେକ୍‌ ସିଟିରେ ଏବେ ୧୧,୭୦୦ HNWI ରହୁଥିବା ବେଳେ ଆସନ୍ତା ଦଶ ବର୍ଷରେ ଏହି ସଂଖ୍ୟାର ୯୦ ପ୍ରତିଶତ ବୃଦ୍ଧି ପାଇବ ବୋଲି ଅନୁମାନ କରାଯାଉଛି।

ଦକ୍ଷିଣ ଭାରତର ଏହି ସହର ଏହି ତାଲିକାରେ ପଞ୍ଚମ ସ୍ଥାନରେ ରହିଛି। ଏହାବାଦ ହାଇଦ୍ରାବାଦରେ ୫ ବିଲେନିୟର, ୪୬ ସେଣ୍ଟିମିଲେନିୟର ଓ ପାଖାପାଖି ୭୪୦ ମଲ୍ଟିମିଲେନିୟର ରହୁଛନ୍ତି। ଏହା ପରେ ତାଲିକାରେ ରହିଛି ପୁନେ। ଏହି ସହରରେ ୩ ମିଲେନିୟର ଓ ୨୮ ସେଣ୍ଟିମିଲେନିୟର ବସବାସ କରୁଛନ୍ତି। ଅଟୋମୋବାଇଲ ହବ୍‌ ଚେନ୍ନାଇରେ ୪ ବିଲେନିୟର ଓ ୩୦ ସେଣ୍ଟିମିଲେନିୟର ରହୁଛନ୍ତି। ଏହାବାଦ ଦିଲ୍ଲୀର ଏନସିଆର ଗୁରୁଗ୍ରାମରେ ୨ ବିଲେନିୟର ଓ ୧୮ ସେଣ୍ଟିମିଲେନିୟର ରହୁଛନ୍ତି।