ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ‘ଦମନ’: ଜଣେ ଡାକ୍ତରଙ୍କ ସାହସର କାହାଣୀ
ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ଭାବେ ‘ଦମନ’କୁ ମିଳିଲା ଜାତୀୟ ପୁରସ୍କାର। ସିନେମା ‘ଦମନ’ ଜାତୀୟସ୍ତରରେ ପ୍ରଶଂସା କରାଯାଇଛି । ଫିଲ୍ମର କଥାବସ୍ତୁ ହେଲା-ମ୍ୟାଲେରିଆ ସଂକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ ଦୁର୍ଗମ ଅଞ୍ଚଳରେ ‘ଦମନ’ ନାମରେ ଏକ ଯୋଜନା । ଏହି ଯୋଜନା ରାଜ୍ୟ ସରକାରଙ୍କ ପକ୍ଷରୁ କରାଯାଇଥିଲା। ଯେଉଁ ଅଞ୍ଚଳରେ ଡାକ୍ତରଖାନା ଏବଂ ଡାକ୍ତରଙ୍କର ଅଭାବ ରହିଛି । ଲୋକମାନେ ସେତେ ଶିକ୍ଷିତ ନାହାଁନ୍ତି । ଏହି ଫିଲ୍ମରେ ତାହା ଦେଖାଯାଇଛି । ଏହି ଯୋଜନାରେ ସ୍ବତନ୍ତ୍ର ଭାବେ ମ୍ୟାଲେରିଆ କ୍ୟାମ୍ପ କରାଯାଇ ଏହାର ସଚେତନତା ଉପରେ ଗୁରୁତ୍ୱ ଦିଆଯାଇଥିଲା। ଯାହାର ପ୍ରଭାବ ମଧ୍ୟ ପଡ଼ିଥିଲା ।
୭୦ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ ସମାରୋହରେ ଦମନ ପୁରସ୍କୃତ ହୋଇଛି। ଦିଲ୍ଲୀ ବିଜ୍ଞାନ ଭବନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପୁରସ୍କାର ପ୍ରଦାନ କରିଛନ୍ତି। ବିଭିନ୍ନ ବର୍ଗରେ ମନୋନୀତ ଫିଲ୍ମ, ଅଭିନେତା, ଅଭିନେତ୍ରୀ, ସଙ୍ଗୀତ ନିର୍ଦ୍ଦେଶକ, କଣ୍ଠଶିଳ୍ପୀଙ୍କୁ ସମ୍ମାନିତ କରିଛନ୍ତି ରାଷ୍ଟ୍ରପତି।
ଦମନ ଫିଲ୍ମ ପାଇଁ ରାଷ୍ଟ୍ରପତିଙ୍କ ଠାରୁ ପୁରସ୍କାର ଗ୍ରହଣ କରିଛନ୍ତି ଦମନର ପ୍ରଯୋଜକ ଓ ୨ ନିର୍ଦ୍ଦେଶକ। ଫିଲ୍ମର ପ୍ରଯୋଜକ ଦୀପେନ୍ଦ୍ର ସାମଲଙ୍କୁ ମିଳିଛି ପୁରସ୍କାର। ନିର୍ଦ୍ଦେଶକ ବିଶାଲ ମୌର୍ଯ୍ୟ ଓ ଦେବୀପ୍ରସାଦ ଲେଙ୍କା ମଧ୍ୟ ପୁରସ୍କୃତ ହୋଇଛନ୍ତି। ରାଜ୍ୟରେ ମଧ୍ୟ ଦମନକୁ ଲୋକେ ଅଧିକ ପସନ୍ଦ କରିଥିଲେ । ଏହାର ହିରୋ ବାବୁସାନ ଦମଦାର ଅଭିନୟ କରିଥିବାରୁ ପ୍ରଶଂସିତ ହୋଇଥିଲେ ।