ବ୍ୟାଙ୍କ ଅଫ୍ ବରୋଦା (ବିଓବି)ର ଗ୍ଲୋବାଲ ବ୍ରାଣ୍ଡ୍ ଆମ୍ବାସାଡର ଭାବେ କିମ୍ବଦନ୍ତୀ କ୍ରିକେଟିୟର ସଚିନ ତେନ୍ଦୁଲକରଙ୍କୁ ଚୟନ କରାଯାଇଛି। ଏପରିକି ସଚିନଙ୍କୁ ନେଇ ବ୍ୟାଙ୍କ ପକ୍ଷରୁ ‘ପ୍ଲେ ଦି ମାଷ୍ଟର ଷ୍ଟ୍ରୋକ୍’ ଅଭିଯାନର ଶୁଭାରମ୍ଭ କରାଯାଇଛି। ସେହିପରି ଶତାବ୍ଦୀରୁ ଊର୍ଦ୍ଧ୍ୱ ସମୟ ଧରି କୋଟି କୋଟି ଲୋକଙ୍କ ବିଶ୍ୱାସ ଜିତିଥିବା ବ୍ୟାଙ୍କକୁ ଚୟନ କରି ମାଷ୍ଟର ଷ୍ଟ୍ରୋକ୍ ଖେଳିବା ଏବଂ ନିଜର ଆର୍ଥିକ ଅଭିଳାଷକୁ ପରିପୂର୍ଣ୍ଣ କରିବା ପାଇଁ ଏହି ଅଭିଯାନରେ ଭାଗ ନେବାକୁ ମଧ୍ୟ ଲୋକମାନଙ୍କୁ ଉତ୍ସାହିତ କରାଯାଉଛି। ଦେଶର କୋଣ ଅନୁକୋଣରେ ସଚିନଙ୍କୁ ଲୋକ ଭଲ ପାଉଥିବାରୁ ବ୍ୟାଙ୍କ ଅଫ୍ ବରୋଦାର ବ୍ରାଣ୍ଡ୍ ଆମ୍ବାସାଡର ଭାବେ ତାଙ୍କୁ ବ୍ୟାଙ୍କର ସମସ୍ତ ଅଭିଯାନ, ଆର୍ଥିକ ସାକ୍ଷରତା ଓ ଠକେଇ ପ୍ରତିରୋଧକୁ ନେଇ ଆୟୋଜନ କରାଯାଉଥିବା ଗ୍ରାହକ ସଚେତନତା କାର୍ଯ୍ୟକ୍ରମ, ଗ୍ରାହକ ଓ କର୍ମଚାରୀ ସଂପୃକ୍ତି କାର୍ଯ୍ୟକ୍ରମରେ ଦେଖିବାକୁ ମିଳିବ।
ଏ ସମ୍ପର୍କରେ ବିଓବିର ଏମଡି ତଥା ସିଇଓ (ପରିଚାଳନା ନିର୍ଦ୍ଦେଶକ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ) ଦେବଦତ୍ତ ଚାନ୍ଦ କହିଛନ୍ତି, ଭାରତର ଅନ୍ୟତମ କ୍ରୀଡା କିମ୍ବଦନ୍ତୀ ପୁରୁଷ ସଚିନ ତେନ୍ଦୁଲକରଙ୍କୁ ଆମେ ଆମର ବୈଶ୍ୱିକ ବ୍ରାଣ୍ଡ୍ ଆମ୍ବାସାଡର ଭାବେ ପାଇ ବେଶ ଉତ୍ସାହିତ ଅଛୁ।
Trending
- ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଭୁଶୁଡିଲା ୮୦ଫୁଟର ତୋରଣ
- ରାଜ୍ୟରେ ସମ୍ଭାବ୍ୟ ବନ୍ୟା ସ୍ଥିତି ନେଇ ସତର୍କ କରିଛି କେନ୍ଦ୍ରୀୟ ଜଳ ଆୟୋଗ
- ନାବାଳିକା ଛାତ୍ରୀଙ୍କ ଯୌନ ଶୋଷଣ ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଆଶାରାମଙ୍କ ପାରୋଲ ଅବଧି ଶେଷ
- ନଭେମ୍ବର 18 ରୁ ଆରମ୍ଭ ବିଧାନସଭାର 17 ତମ ଅଧିବେଶନ
- ଦୀପାବଳି ପୂର୍ବରୁ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର,୩% ବଢ଼ିଲା ମହଙ୍ଗା ଭତ୍ତା
- ଉପକୂଳ ଅତିକ୍ରମ କଲା ଭୀଷଣ ବାତ୍ୟା ‘ଅର୍ଣ୍ଣବ’, ସ୍ଥଳଭାଗ ଛୁଇଁବା ପ୍ରକ୍ରିୟା ଶେଷ
- ୧୦୦ ପ୍ରତିଶତ ଇଥାନଲ ଯୁକ୍ତ ଇନ୍ଧନ ତଥା ଇ-୧୦୦କୁ କେନ୍ଦ୍ରର ମଞ୍ଜୁରୀ
- ୩ ଅଭିଯୁକ୍ତକୁ ଦେହରୁ ସାର୍ଟ ଖୋଲି ରାଜରାସ୍ତାରେ, ସମସ୍ତଙ୍କ ଆଗରେ ବୁଲାଇ ଗିରଫ କଲା ପୋଲିସ
- ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଗୁଜରାଟର ଏକତା ନଗରକୁ ଏକ ସ୍ୱତନ୍ତ୍ର ଟ୍ରେନ୍ ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
- ଧାର୍ଯ୍ୟ ସମୟର ୩ରୁ ୪ ଘଣ୍ଟା ପୂର୍ବରୁ ହେବ ବାତ୍ୟା ଅର୍ଣ୍ଣବର ଲ୍ୟାଣ୍ଡଫଲ,ରାତି ୨ ରୁ ଭୋର ୪ ଭିତରେ ହେବ ଲ୍ୟାଣ୍ଡଫଲ
Prev Post