କଣ ଘଟିଥିଲା ସେଦିନ? ହମାସ୍ ଉପରେ ଇସ୍ରାଏଲ୍ର ଆକ୍ରମଣକୁ ବର୍ଷେ ପୁରିଲା
ହମାସ୍ ସାଜିଥିଲା ରାକ୍ଷସ । ଆତଙ୍କବାଦୀମାନେ ରକ୍ତର ହୋରି ଖେଳିଥିଲେ । ମହିଳାଙ୍କୁ ଘୋଷାଡ଼ି ନେଇଥିଲେ ଆତଙ୍କବାଦୀ । ରେପ କରିଥିଲେ, କାହାର ବ୍ରେଷ୍ଟ କାଟିଥିଲ, କାହାକୁ ଗୁଳି କରିଥିଲେ । ସାଧାରଣ ଜନତା ଏବଂ ସେନାଙ୍କୁ ନିର୍ମମ ଭାବେ ହତ୍ୟା କରିଥିଲେ । ଘରେ ପଶି ସଂହାରଲିଲା କରିଥିଲେ । 1300 ଇସ୍ରାଏଲ ଲୋକଙ୍କୁ ହତ୍ୟା କରିଥିଲେ । 300 ଲୋକଙ୍କୁ ମୁଣ୍ଡ ଜାମିନ କରି ରଖିଥିଲେ ।
ଏସବୁ ଘଟିଥିଲା ଗତ ବର୍ଷ ଅକ୍ଟୋବର ମାସ ଆଜିର ଦିନରେ । ଇସ୍ରାଏଲ୍ର ଆକ୍ରମଣକୁ ବର୍ଷେ ହୋଇଛି। ଇ 2023 ମସିହା ଅକ୍ଟୋବର 7 ତାରିଖରେ ଏହି ଆକ୍ରମଣ ହୋଇଥିବା ବେଳେ ଏବେ ମଧ୍ୟରେ ବର୍ଷଟେ ବିତିଗଲେ ବି ପରିସ୍ଥିତି ନିୟନ୍ତ୍ରଣକୁ ଆସି ପାରିନାହିଁ। ପ୍ରଥମେ ହମାସ୍ ଇସ୍ରାଏଲ୍ ଉପରେ ଆକ୍ରମଣ କରି ହଜାର ହଜାର ଲୋକଙ୍କ ଜୀବନ ନେବା ପରେ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଯୁଦ୍ଧ ଘୋଷଣା କରିଥିଲେ। ସେବେଠାରୁ ଦୁଇ ଦେଶ ମଧ୍ୟରେ ଯୁଦ୍ଧ ଲାଗିରହିଛି। ହମାସର 18000 ଆତଙ୍କବାଦୀ ମରିଛନ୍ତି । ତାଙ୍କ ସହିତ ଗାଜାର 30 ହଜାର ଲୋକଙ୍କ ପ୍ରାଣ ଯାଇଛି । ଲକ୍ଷାଧିକ ଲୋକ ପଳାୟନ କରିଛନ୍ତି । ଲକ୍ଷାଧିକ ଲୋକଙ୍କ ଘର ଧ୍ବଂସ ହୋଇଛି । ଗାଜାରେ କହିବାକୁ ଗଲେ ଆଉ ଲୋକ ନାହାଁନ୍ତି ।
ରବିବାର ଦକ୍ଷିଣ ବେରୁତରେ ଥିବା 20ରୁ ଅଧିକ ଆତଙ୍କବାଦୀ ଆଡ୍ଡା ଉପରେ ଏୟାରଷ୍ଟ୍ରାଇକ କରିବା ସହ ଗାଜାଷ୍ଟ୍ରିପରେ ଥିବା ଏକ ମସଜିଦ ଓ ପାଲେଷ୍ଟାଇନ ଶରଣାର୍ଥୀ ଶିବିର ଉପରେ ମଧ୍ୟ ଇସ୍ରାଏଲ ସେନା ଆକ୍ରମଣ କରିଛି । ଏହି ଏୟାରଷ୍ଟ୍ରାଇକରେ 26ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୯୩ଜଣ ଆହତ ହୋଇଛନ୍ତି। ଗାଜା ଭଳି ଲେବାନନରେ ମଧ୍ୟ ଇସ୍ରାଏଲର ଧ୍ବଂସଲୀଳା ରଚାଯାଉଥିବା ବେଳେ ଶତାଧିକ ଅଟ୍ଟାଳିକା ମାଟିରେ ମିଶୁଛି|