ଖରାପ ଲାଇଫଷ୍ଟାଇଲ୍ ଏବଂ ଅନ୍ ହେଲ୍ଦି ଖାଦ୍ୟ ଖାଇବା ହେତୁ ହାର୍ଟ ଆଟାକ ଭଳି ସମସ୍ୟା ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି । ଏହା ଏବେ କେବଳ ବୟଷ୍କ ଲୋକଙ୍କ ଭିତରେ ସୀମିତ ନୁହେଁ ବରଂ ଯୁବପିଢ଼ୀଙ୍କ ମଧ୍ୟରେ ଏହି ସମସ୍ୟା ଦେଖିବାକୁ ମିଳୁଛି ।
ବିଶେଷ କରି ୩୦ ବର୍ଷ ପରେ ଯୁବକମାନଙ୍କ ମଧ୍ୟରେ ହାର୍ଟ ସମ୍ବନ୍ଧୀୟ ସମସ୍ୟା ଧୀରେ ଧୀରେ ବଢ଼ିବାକୁ ଲାଗିଲାଣି । ତେବେ, ହାଇ କୋଲେଷ୍ଟ୍ରଲ୍ ହାର୍ଟ ବ୍ଲକେଜ୍ର ମୁଖ୍ୟ କାରଣ ବୋଲି ବିବେଚନା କରାଯାଇଛି , ଯାହା ଧମନୀରେ ବ୍ଲକେଜ୍ ସୃଷ୍ଟି କରିଥାଏ ।
ହାର୍ଟ ବ୍ଲକେଜ୍ କିପରି ହୁଏ ?
ଖରାପ କୋଲେଷ୍ଟ୍ରଲ୍ ଧମନୀରେ ଜମା ହୋଇଯାଏ, ଯାହା ରକ୍ତ ଓ ଅମ୍ଳଜାନ ହାର୍ଟ ପର୍ଯ୍ୟନ୍ତ ପହଞ୍ଚିବାରେ ବାଧା ସୃଷ୍ଟି କରିଥାଏ । ଏଭଳି ପରିସ୍ଥିତିକୁ ହାର୍ଟ ବ୍ଲକେଜ୍ ବୋଲି କୁହାଯାଏ, ଯାହା ହାର୍ଟ ଆଟାକ୍ର ମୁଖ୍ୟ କାରଣ ବୋଲି ମଧ୍ୟ କୁହାଯାଏ । ତେବେ, ହାର୍ଟ ବ୍ଲକେଜ୍ କେବଳ ଖରାପ ଲାଇଫଷ୍ଟାଇଲ ନୁହେଁ, ଏହା ଜନ୍ମଗତ ମଧ୍ୟ ହୋଇପାରେ । ଏହାକୁ କଂଜେନିଟାଲ ହାର୍ଟ ବ୍ଲକେଜ୍ ବୋଲି କୁହାଯାଏ । ଉଭୟ ଅବସ୍ଥା ଗମ୍ଭୀର ଏବଂ ଯଦି ଠିକ୍ ସମୟରେ ଚିକିତ୍ସା କରାନଯାଏ ତେବେ, ଏହା ସାଙ୍ଘାତିକ ପ୍ରମାଣିତ ହୋଇପାରେ ।