ଟଙ୍କା ବାଣ୍ଟି ଖାଇଲେ ଛେଚା
ମେଟ୍ରୋ ଓଡ଼ିଆ (୨୪.୩.୨୦୨୨):
ପୌର ନିର୍ବାଚନ ଚାଲିଥିବା ବେଳେ ବିଧାୟକଙ୍କ ଭାଇଙ୍କୁ ପିଟିଲେ ଲୋକେ | ଟଙ୍କା ବାଣ୍ଟୁଥିବାକୁ ନେଇ ବିଧାୟକଙ୍କ ସମ୍ପର୍କୀୟ ଭାଇ ପ୍ରଦୀପ ମେହେରଙ୍କୁ ସ୍ଥାନୀୟ ଲୋକମାନେ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ଏଭଳି ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ କୋଲପଡ଼ା ଏନଏସି ର ୨ ନମ୍ବର ୱାର୍ଡ ମତଦାନ କେନ୍ଦ୍ରରେ | ମାଡ଼ ଖାଇଥିବା ବ୍ୟକ୍ତି ଜଣକ ବିଧାୟକ ସରୋଜ କୁମାର ମେହେରଙ୍କ ସମ୍ପର୍କୀୟ ଭାଇ ଜଣାପଡ଼ିଛି

ଏହି ଭିଡିଓ ସୋସିଆଲ ମିଡିଆରେ ମଧ୍ୟ ଭାଇରାଲ ହେଉଛି । ସୂଚନା ମୁତାବକ ଭୋଟ କେନ୍ଦ୍ର ବାହାରେ ଟଙ୍କା ବାଣ୍ଟୁଥିବା ବେଳେ ସ୍ଥାନୀୟ ଲୋକ ତାଙ୍କୁ ମାଡ଼ ମାରିଥିଲେ । ସେହି ସମୟରେ ବିଧାୟକ ମଧ୍ୟ ସେଠାରେ ଉପସ୍ଥିତ ଥିଲେ । ଯାହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ଦେଖା ଦେଇଥିଲା । ପରେ ଏନେଇ ପୋଲିସ ଜାଣିବା ପରେ ଘଟଣା ସ୍ଥଳରେ ପହଞ୍ଚି ଉତ୍ତେକ୍ତ ଲୋକଙ୍କୁ ବୁଝାଇବା ସହ କିଛି ଲୋକଙ୍କୁ ଥାନାରେ ଅଟକ ରଖି ତଦନ୍ତ କରୁଥିବା ଜଣାପଡ଼ିଛି ।