ଏନକାଉଣ୍ଟରରେ 30 ମାଓବାଦୀଙ୍କ ମୃତ୍ୟୁ
ଛତିଶଗଡ଼: ମାଓବାଦୀମାନେ ଜଙ୍ଗଲରେ କ୍ୟାମ୍ପ କରିଥିବା ବେଳେ ସେମାନଙ୍କ ଉପରେ ଅତର୍କିତ ଆକ୍ରମଣ କରିଥିଲେ ସୁରକ୍ଷାକର୍ମୀ । ଜବତ ହୋଇଥିବା ଅସ୍ତ୍ରଶସ୍ତ୍ର ମଧ୍ୟରେ ରହିଛି ଏକେ 47 ରାଇଫଲ ଓ ଏସଏଲଆର । ଛତିଶଗଡ଼ ନାରାୟଣପୁର ଓ ଦନ୍ତେୱାଡ଼ା ଜିଲ୍ଲାର ସୀମାନ୍ତରେ ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ଏହି ଏନକାଉଣ୍ଟରରେ 30 ମାଓବାଦୀଙ୍କ ମୃତ୍ୟୁ ଘଟିଛି ।
ଏନକାଉଣ୍ଟର ନେଇ ସ୍ଥାନୀୟ ଏସପି ସୂଚନା ଦେଇଛନ୍ତି । ସେ କହିଛନ୍ତି, ଜଙ୍ଗଲରୁ 30 ଜଣ ମାଓବାଦୀଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଏହାସହ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ମଧ୍ୟ ଜବତ କରାଯାଇଛି । ପୂରା ଅଞ୍ଚଳକୁ ଘେରି ସୁରାକ୍ଷାକର୍ମୀ ଏବେ ବି ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି । ମୃତକଙ୍କ ସଂଖ୍ୟା ଆହୁରି ବଢ଼ିପାରେ ।