ନିଜ ନିର୍ବାଚନ ମଣ୍ଡଳୀରେ କ୍ୟାପ୍ଟେନ ଦିବ୍ୟଶଙ୍କର ମିଶ୍ରଙ୍କୁ ଅଣ୍ଡାମାଡ଼

କେଶିଙ୍ଗା: କଳାହାଣ୍ଡି ଜୁନାଗଡ଼ ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କୁ ଅଣ୍ଡାମାଡ଼ ହୋଇଛି ।

YouTube player

ତାଙ୍କର ପୂର୍ବତନ ସମର୍ଥକ ଥିବା କିଛି ଯୁବକ ଅଣ୍ଡାମାଡ଼ କରିଛନ୍ତି ।  ନିଜ ନିର୍ବାଚନ ମଣ୍ଡଳୀର ଗୋଳମୁଣ୍ଡା କଲେଜର ଏକାଡେମୀକ ଉତ୍ସବକୁ ଯାଇଥିବାବେଳେ କିଛି ଯୁବକଙ୍କ ଗାଡ଼ି ଉପରକୁ ଅଣ୍ଡା ମାଡ଼। ପୂର୍ବରୁ ବିଜେଡି ସମର୍ଥକ ଏମାନେ ଥିଲେ ଏବେ ବିଜେପି ସମର୍ଥକ ଥିବା ସୂଚନା। ଏହି ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ ପୂର୍ବରୁ ତାଙ୍କ ଦୃଢ଼ ସମର୍ଥକ ଥିବାବେଳେ ତାଙ୍କୁ ଭିଜିଲାନ୍ସ ମାମଲାରେ ଫସାଇ ହଇରାଣ କରିବା ଅଭିଯୋଗରେ ସେ ଓ ତାଙ୍କ ସମର୍ଥକ ବିଜେପିରେ ଯୋଗଦାନ କରି ଦିବ୍ୟଶଙ୍କରଙ୍କୁ ତୀବ୍ର ବିରୋଧ କରି ଆସୁଛନ୍ତି।