ଦୁର୍ଗାପୂଗା ଅବସରରେ ଡିଜେ ବାଜିବା ପାଇଁ ଗ୍ରୀନ ସିଗନାଲ ଦେଇଛନ୍ତି ଅଦାଲତ । କଟକ ସହର ସମ୍ପର୍କିତ ଜନସ୍ୱାର୍ଥ ମାମଲାରେ ଏକ ବଡ଼ ନିର୍ଦ୍ଦେଶ ଦେଇଛନ୍ତି ମାନ୍ୟବର ଉଚ୍ଚ ନ୍ୟାୟାଳୟ । ପାର୍ବଣରେ ଡିଜେ ବଜାଇବାକୁ ଅନୁମତି ମିଳିବା ପରେ ପାର୍ବଣର ଉତ୍ସାହ ଦ୍ୱିଗୁଣିତ ହୋଇଛି । ଏଣିକି କଟକ ସହରରେ ପୂଜାର ଆସର ଆହୁରି ଜମିବ ବୋଲି କୁହାଯାଉଛି ।କଟକ ସହର ଜନସ୍ୱାର୍ତ ମାମଲାରେ ବଡ଼ ନିର୍ଦ୍ଦେଶ ମିଳିସାରିଛି । ପାର୍ବଣ ଋତୁରେ ଡିଜେ ବଜାଇବା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଜାରି କରିଛନ୍ତି । ତେବେ ଏଥିପାଇଁ କିଛି ସର୍ତ୍ତ ରକି ଡିଜେ ବଜାଇବାକୁ ନ୍ୟାୟାଳୟ ରାଜି ହୋଇଛନ୍ତି । ପାର୍ବଣ ସମୟରେ ୬୫ ଡେସିବେଲ ମଧ୍ୟରେ ଡିଜେ ବଜାଇ ପାରିବେ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ୬୫ ଡେସିବେଲ ଉପରେ ଡିଜେ ବଜାଇଲେ କାର୍ଯ୍ୟାନୁଷ୍ଠାନ ନିଆଯାଇପାରେ । ଏହାବ୍ୟତୀତ ରାସ୍ତାଘାଟ ମରାମତି ନେଇ ମଧ୍ୟ ହାଇକୋର୍ଟ ଅସନ୍ତୋଷ ଜାହିର କରିଛନ୍ତି । ପୂଜା ପୂର୍ବରୁ ଆସନ୍ତା ୭ ଦିନ ମଧ୍ୟ ରାସ୍ତାଘାଟଠ ଚକାଚକ କରିବାକୁ କରିବାକୁ କହିଛନ୍ତି ଉଚ୍ଚ ନ୍ୟାୟାଳୟ । ସେହିପରି ରାସ୍ତା ଉପରେ ତୋରଣ ନିର୍ମାଣ କରିବାକୁ ନେଇ ମଧ୍ୟ କୋର୍ଟ ତାଗିଦ କରିଛନ୍ତି । ଏହି ସମୟରେ ଟ୍ରାଫିକ ସମସ୍ୟାକୁ ଦୃଷ୍ଟିରେ ରଖିବା ସହ ଧନଜୀବନ ସୁରକ୍ଷିତ ରହିବା ପ୍ରତି ଦୃଷ୍ଟି ଦେବାକୁ କହିଛନ୍ତି ମାନ୍ୟବା ଅଦାଲତ ।
Trending
- ଆଜିଠୁ ବିଜେପିର ରାଜ୍ୟ କାର୍ଯ୍ୟକାରିଣୀ,ବୈଠକକୁ ଉଦଘାଟନ କରିବେ ରାଷ୍ଟ୍ରୀୟ ସାଧାରଣ ସଂପାଦକ ସୁନୀଲ ବଂଶଲ
- ମଣିଷ ଗଢ଼ୁଥିବା ଗୁରୁଙ୍କୁ ସମ୍ମାନର ଦିନ , ଗୁରୁ ଦିବସ ପାଇଁ ଚଳଚଞ୍ଚଳ ବିଭିନ୍ନ ଶିକ୍ଷାନୁଷ୍ଠାନ
- ଚାଷୀଙ୍କ ଖାତାରେ ସିଏମ କିଷାନର ପଞ୍ଚମ କିସ୍ତି , ଡିବିଟି ମାଧ୍ୟମରେ ଚାଷୀଙ୍କ ଖାତାକୁ ଗଲା ଟଙ୍କା
- ଲକ୍ଷ୍ମୀସାଗର ବ୍ରହ୍ମାକୁମାରୀ ସେଣ୍ଟରରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ପାଳିତ: ଦିବ୍ୟ ଗୁଣ ଧାରଣ ପାଇଁ ଆହ୍ୱାନ
- ମହାକାଶରେ ଭାରତର ନୂଆ ଆଖି । EOS-05ର ସଫଳ ଉତକ୍ଷେପଣ
- ଏଣିକି ଜମି କିଣାବିକା ପଞ୍ଜୀକରଣ ଦଲିଲ ମାତ୍ର ଚାରି ପୃଷ୍ଠାରେ ସୀମିତ ରହିବା ସହ ସେଲ୍ ଡିଡ୍ ରେଜିଷ୍ଟ୍ରେସନ ସମ୍ପୂର୍ଣ୍ଣ ପେପରଲେସ୍ ହେବ
- ଓଡ଼ିଶା ଯାତ୍ରୀ ସୁରକ୍ଷା ଆପର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ସ୍କୁଲ ଆସିବା-ଯିବା କିମ୍ବା ପରିସରରେ ଛାତ୍ରଛାତ୍ରୀଙ୍କ ଦୁର୍ଘଟଣା ଘଟିଲେ ମିଳିବ ୨ ଲକ୍ଷ ସହାୟତା ଘୋଷଣା କଲେ ରାଜ୍ୟ ସରକାର
- ପୂର୍ବତନ ମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟିର ନେତା ସତ୍ୟେନ୍ଦ୍ର ଜୈନଙ୍କୁ ବଡ଼ ଆଶ୍ୱସ୍ତି, ମିଳିଲା ଜାମିନି
- ପବିତ୍ର ଜନ୍ମାଷ୍ଟମୀ ପାଇଁ ଚଳଚଞ୍ଚଳ କନ୍ଧମାଳ ଜିଲ୍ଲା, ଆଶ୍ରମରେ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ
Prev Post
Next Post