ରାଜନୀତି କରିବେ ଅଭିଷେକ

ରାଜନୀତି କରିବେ ଅଭିଷେକ

ମେଟ୍ରୋ ଟିଭି ଓଡିଶା (୨୩ .୩ . ୨୦୨୨) :

ଅଭିଷେକ ବଚ୍ଚନ, ୟାମୀ ଗୌତମ ଓ ନିମ୍ରତ କୌର ଅଭିନୀତ ଚଳଚ୍ଚିତ୍ର ‘ଦଶଭି’ର ଟ୍ରେଲର ବୁଧବାର ରିଲିଜ୍‌ ହୋଇଛି। ଟ୍ରେଲର ପ୍ରମାଣ କରିଛି ଯେ, ଏହି ଚଳଚ୍ଚିତ୍ରଟି ବର୍ଷର ସବୁଠାରୁ ରୋମାଞ୍ଚକର ଚଳଚ୍ଚିତ୍ର ହେବାକୁ ଯାଉଛି। ଟ୍ରେଲରରେ ଅଭିଷେକଙ୍କ ଭିନ୍ନ ଅବତାର ଦେଖିବାକୁ ମିଳିଛି। ସେ ଜଣେ ଅପାଠୁଆ, ଗାଉଁଲି, ଜଣାଶୁଣା ନେତା ଭୂମିକାରେ ଅଭିନୟ କରିଛନ୍ତି।

ଅଭିଷେକଙ୍କ ଜବରଦସ୍ତ ଅଭିନୟର ଝଲକ୍‌ ଟ୍ରେଲରରେ ଦେଖିବାକୁ ମିଳିଛି। ଫିଲ୍ମରେ ୟାମୀ ଗୌତମ ଜଣେ ପ୍ରଭାବଶାଳୀ ଆଇପିଏସ୍‌ ଅଧିକାରୀ ଭୂମିକାରେ ନଜର ଆସିଛନ୍ତି। ନିମ୍ରତ କୌର ମଧ୍ୟ ଏକ ଜବରଦସ୍ତ ଭୂମିକାରେ ଅବତ୍ତୀର୍ଣ୍ଣ। ଚଳଚ୍ଚିତ୍ରରେ ସିଟି ମରା ସଂଳାପ ସହ ଦେଶୀ ଗୀତର ଛୁଙ୍କ ରହିଛି।