ଆଜି ଜମ୍ମୁ ଓ କାଶ୍ମୀରର ତୃତୀୟ ତଥା ଶେଷ ପର୍ଯ୍ୟାୟ ଭୋଟ । ୪୦ଟି ଆସନରେ ଭୋଟିଂ ହେଉଛି । ମଇଦାନରେ ଅଛନ୍ତି ୪୪୯ ପ୍ରାର୍ଥୀ । ଏହା ଆଗରୁ ସେପଟେମ୍ବର ୧୮ରେ ପ୍ରଥମ ପର୍ଯ୍ୟାୟ ଭୋଟ ହୋଇଥିଲା। ଏଥିରେ ମତଦାନ ହାର ଥିଲା ୫୯ ପ୍ରତିଶତ। ସେହିପରି ସେପଟେମ୍ଵର ୨୫ରେ ହୋଇଥିବା ଦ୍ଵିତୀୟ ପର୍ଯ୍ୟାୟରେ ୫୭.୦୩ ପ୍ରତିଶତ ମତଦାନ ହୋଇଥିଲା। ଅକ୍ଟୋବର ୮ରେ ଗଣତି ହୋଇ ଫଳାଫଳ ଆସିବ । ପ୍ରାୟ ୧୦ ବର୍ଷ ପରେ ଜାମ୍ମୁ କାଶ୍ମୀରରେ ବିଧାନସଭା ନିର୍ବାଚନ ହେଉଛି । ଏଥରର ଇଲେକସନ ପ୍ରାୟତଃ ଶାନ୍ତିପୂର୍ଣ୍ଣ ଥିଲା । ଆତଙ୍କବାଦୀଙ୍କ ପ୍ରଭାବ ସେତେଟା ନାହିଁ। ମତଦାନ ହାର ମଧ୍ୟ ବେଶ ଭଲ ରହିଛି। ଏହି ଦୁଇଟି କାରଣରୁ ଏଥରର ବିଧାନସଭା ନିର୍ବାଚନ ଜମ୍ମୁ କାଶ୍ମୀର ପାଇଁ ଏକ ନୂଆ ଅଧ୍ୟାୟ ବୋଲି କୁହାଯାଉଛି।ଜମ୍ମୁ ଅଞ୍ଚଳର ୨୩ ଓ କାଶ୍ମୀର ଅଞ୍ଚଳର ୧୭ ଆସନରେ ମତଦାନ କରାଯାଉଛି । ୧ ହଜାର ୪୮୪ ପୋଲିଂ ଷ୍ଟେସନରେ ପ୍ରାୟ ୪୦ ଲକ୍ଷ ଭୋଟର୍ ମତଦାନ କରିବାକୁ ବ୍ଯବସ୍ଥା ହୋଇଛି । ଜମ୍ମୁରେ ବିଜେପି ଓ କଂଗ୍ରେସ ମଧ୍ୟରେ ସିଧାସଳଖ କଡ଼ା ଟକ୍କର ହେଉଥିବା ବେଳେ କାଶ୍ମୀରରେ ବିଜେପି ଓ ଇଣ୍ଡିଆ ମେଣ୍ଟ ମଧ୍ୟରେ ହେଉଛି ଲଢ଼େଇ । ହାଇପ୍ରୋଫାଇଲ ପ୍ରାର୍ଥୀଙ୍କ ମଧ୍ୟରେ ଅଛନ୍ତି ଚୌଧୁରୀ ମହମ୍ମଦ ରମଜାନ, ସାଜ୍ଜଦ ଗନି ଲୋନ, ଗୁଲାମ ମହମ୍ମଦ ମୀର ପ୍ରମୁଖ ।
Trending
- ଚାଷୀଙ୍କ ଖାତାରେ ସିଏମ କିଷାନର ପଞ୍ଚମ କିସ୍ତି , ଡିବିଟି ମାଧ୍ୟମରେ ଚାଷୀଙ୍କ ଖାତାକୁ ଗଲା ଟଙ୍କା
- ଲକ୍ଷ୍ମୀସାଗର ବ୍ରହ୍ମାକୁମାରୀ ସେଣ୍ଟରରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ପାଳିତ: ଦିବ୍ୟ ଗୁଣ ଧାରଣ ପାଇଁ ଆହ୍ୱାନ
- ମହାକାଶରେ ଭାରତର ନୂଆ ଆଖି । EOS-05ର ସଫଳ ଉତକ୍ଷେପଣ
- ଏଣିକି ଜମି କିଣାବିକା ପଞ୍ଜୀକରଣ ଦଲିଲ ମାତ୍ର ଚାରି ପୃଷ୍ଠାରେ ସୀମିତ ରହିବା ସହ ସେଲ୍ ଡିଡ୍ ରେଜିଷ୍ଟ୍ରେସନ ସମ୍ପୂର୍ଣ୍ଣ ପେପରଲେସ୍ ହେବ
- ଓଡ଼ିଶା ଯାତ୍ରୀ ସୁରକ୍ଷା ଆପର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ସ୍କୁଲ ଆସିବା-ଯିବା କିମ୍ବା ପରିସରରେ ଛାତ୍ରଛାତ୍ରୀଙ୍କ ଦୁର୍ଘଟଣା ଘଟିଲେ ମିଳିବ ୨ ଲକ୍ଷ ସହାୟତା ଘୋଷଣା କଲେ ରାଜ୍ୟ ସରକାର
- ପୂର୍ବତନ ମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟିର ନେତା ସତ୍ୟେନ୍ଦ୍ର ଜୈନଙ୍କୁ ବଡ଼ ଆଶ୍ୱସ୍ତି, ମିଳିଲା ଜାମିନି
- ପବିତ୍ର ଜନ୍ମାଷ୍ଟମୀ ପାଇଁ ଚଳଚଞ୍ଚଳ କନ୍ଧମାଳ ଜିଲ୍ଲା, ଆଶ୍ରମରେ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ
- ଆସନ୍ତାକାଲି ମିଳିବ ସିଏମ୍-କିଷାନ ଯୋଜନାର ପଞ୍ଚମ କିସ୍ତି,ରାଜ୍ୟର ୪୧ ଲ୪ରୁ ଉର୍ଦ୍ଧ କୃଷକ ପରିବାର ଉପକୃତ ହେବେ
- ଭିତରକନିକାରେ ତିନି ଦିନ ଧରି ପକ୍ଷୀ ଗଣନା ଚାଲିବ,ସକାଳ ୬ରୁ ଦିନ ୧୨ଟା ପର୍ଯ୍ୟନ୍ତ ପକ୍ଷୀ ଗଣନା
Prev Post
Next Post