ଆଜି ଜମ୍ମୁ ଓ କାଶ୍ମୀରର ତୃତୀୟ ତଥା ଶେଷ ପର୍ଯ୍ୟାୟ ଭୋଟ । ୪୦ଟି ଆସନରେ ଭୋଟିଂ ହେଉଛି । ମଇଦାନରେ ଅଛନ୍ତି ୪୪୯ ପ୍ରାର୍ଥୀ । ଏହା ଆଗରୁ ସେପଟେମ୍ବର ୧୮ରେ ପ୍ରଥମ ପର୍ଯ୍ୟାୟ ଭୋଟ ହୋଇଥିଲା। ଏଥିରେ ମତଦାନ ହାର ଥିଲା ୫୯ ପ୍ରତିଶତ। ସେହିପରି ସେପଟେମ୍ଵର ୨୫ରେ ହୋଇଥିବା ଦ୍ଵିତୀୟ ପର୍ଯ୍ୟାୟରେ ୫୭.୦୩ ପ୍ରତିଶତ ମତଦାନ ହୋଇଥିଲା। ଅକ୍ଟୋବର ୮ରେ ଗଣତି ହୋଇ ଫଳାଫଳ ଆସିବ । ପ୍ରାୟ ୧୦ ବର୍ଷ ପରେ ଜାମ୍ମୁ କାଶ୍ମୀରରେ ବିଧାନସଭା ନିର୍ବାଚନ ହେଉଛି । ଏଥରର ଇଲେକସନ ପ୍ରାୟତଃ ଶାନ୍ତିପୂର୍ଣ୍ଣ ଥିଲା । ଆତଙ୍କବାଦୀଙ୍କ ପ୍ରଭାବ ସେତେଟା ନାହିଁ। ମତଦାନ ହାର ମଧ୍ୟ ବେଶ ଭଲ ରହିଛି। ଏହି ଦୁଇଟି କାରଣରୁ ଏଥରର ବିଧାନସଭା ନିର୍ବାଚନ ଜମ୍ମୁ କାଶ୍ମୀର ପାଇଁ ଏକ ନୂଆ ଅଧ୍ୟାୟ ବୋଲି କୁହାଯାଉଛି।ଜମ୍ମୁ ଅଞ୍ଚଳର ୨୩ ଓ କାଶ୍ମୀର ଅଞ୍ଚଳର ୧୭ ଆସନରେ ମତଦାନ କରାଯାଉଛି । ୧ ହଜାର ୪୮୪ ପୋଲିଂ ଷ୍ଟେସନରେ ପ୍ରାୟ ୪୦ ଲକ୍ଷ ଭୋଟର୍ ମତଦାନ କରିବାକୁ ବ୍ଯବସ୍ଥା ହୋଇଛି । ଜମ୍ମୁରେ ବିଜେପି ଓ କଂଗ୍ରେସ ମଧ୍ୟରେ ସିଧାସଳଖ କଡ଼ା ଟକ୍କର ହେଉଥିବା ବେଳେ କାଶ୍ମୀରରେ ବିଜେପି ଓ ଇଣ୍ଡିଆ ମେଣ୍ଟ ମଧ୍ୟରେ ହେଉଛି ଲଢ଼େଇ । ହାଇପ୍ରୋଫାଇଲ ପ୍ରାର୍ଥୀଙ୍କ ମଧ୍ୟରେ ଅଛନ୍ତି ଚୌଧୁରୀ ମହମ୍ମଦ ରମଜାନ, ସାଜ୍ଜଦ ଗନି ଲୋନ, ଗୁଲାମ ମହମ୍ମଦ ମୀର ପ୍ରମୁଖ ।
Trending
- ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଭୁଶୁଡିଲା ୮୦ଫୁଟର ତୋରଣ
- ରାଜ୍ୟରେ ସମ୍ଭାବ୍ୟ ବନ୍ୟା ସ୍ଥିତି ନେଇ ସତର୍କ କରିଛି କେନ୍ଦ୍ରୀୟ ଜଳ ଆୟୋଗ
- ନାବାଳିକା ଛାତ୍ରୀଙ୍କ ଯୌନ ଶୋଷଣ ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଆଶାରାମଙ୍କ ପାରୋଲ ଅବଧି ଶେଷ
- ନଭେମ୍ବର 18 ରୁ ଆରମ୍ଭ ବିଧାନସଭାର 17 ତମ ଅଧିବେଶନ
- ଦୀପାବଳି ପୂର୍ବରୁ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର,୩% ବଢ଼ିଲା ମହଙ୍ଗା ଭତ୍ତା
- ଉପକୂଳ ଅତିକ୍ରମ କଲା ଭୀଷଣ ବାତ୍ୟା ‘ଅର୍ଣ୍ଣବ’, ସ୍ଥଳଭାଗ ଛୁଇଁବା ପ୍ରକ୍ରିୟା ଶେଷ
- ୧୦୦ ପ୍ରତିଶତ ଇଥାନଲ ଯୁକ୍ତ ଇନ୍ଧନ ତଥା ଇ-୧୦୦କୁ କେନ୍ଦ୍ରର ମଞ୍ଜୁରୀ
- ୩ ଅଭିଯୁକ୍ତକୁ ଦେହରୁ ସାର୍ଟ ଖୋଲି ରାଜରାସ୍ତାରେ, ସମସ୍ତଙ୍କ ଆଗରେ ବୁଲାଇ ଗିରଫ କଲା ପୋଲିସ
- ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଗୁଜରାଟର ଏକତା ନଗରକୁ ଏକ ସ୍ୱତନ୍ତ୍ର ଟ୍ରେନ୍ ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
- ଧାର୍ଯ୍ୟ ସମୟର ୩ରୁ ୪ ଘଣ୍ଟା ପୂର୍ବରୁ ହେବ ବାତ୍ୟା ଅର୍ଣ୍ଣବର ଲ୍ୟାଣ୍ଡଫଲ,ରାତି ୨ ରୁ ଭୋର ୪ ଭିତରେ ହେବ ଲ୍ୟାଣ୍ଡଫଲ
Prev Post
Next Post