ମହିନ୍ଦ୍ରା ଏସୟୁଭି ପାଇଁ ବୁକିଂ ନେବା ଆରମ୍ଭ

ଆସନ୍ତା ସପ୍ତାହରୁ ମହିନ୍ଦ୍ରା ଏହାର ଲୋକପ୍ରିୟ ଏସୟୁଭି ପାଇଁ ବୁକିଂ ନେବା ଆରମ୍ଭ କରିବ। ସୋସିଆଲ ମିଡିଆ ପୋଷ୍ଟ ଦ୍ୱାରା କମ୍ପାନୀ ଏହି ସୂଚନା ଦେଇଛି । ମହିନ୍ଦ୍ରା ଥାର X ଆକାଉଣ୍ଟରୁ ଏକ ପୋଷ୍ଟ ସେୟାର କରିଥିଲା । ଏହି ପୋଷ୍ଟରେ କୁହାଯାଇଛି ଯେ Mahindra Thar Roxxର ବୁକିଂ ଅକ୍ଟୋବର ୩ରୁ ଆରମ୍ଭ ହେବାକୁ ଯାଉଛି । ଏହି ଦିନ ସକାଳ ୧୧ ଟାରୁ ଲୋକମାନେ SUV ବୁକ୍ କରିପାରିବେ ।କାରର ଭିଆଇପି ନମ୍ବର ପ୍ଲେଟ ପାଇଁ ଲୋକଙ୍କ ଏକ ଧାଡ଼ି ଲାଗିଥିଲା । ଏହି କାରର 001 VIN କୋଡ୍ ନିଲାମ ପାଇଁ  ୧ କୋଟି ଟଙ୍କା ଦାମ ଅତିକ୍ରମ କରିଥିଲା । କମ୍ପାନୀ ଏହି କାରକୁ ୧୫ ଅଗଷ୍ଟରେ ଲଞ୍ଚ କରିଥିଲା । କମ୍ପାନୀ ସେପ୍ଟେମ୍ବରରେ ଏହାର ଭାରିଆଣ୍ଟର ମୂଲ୍ୟ ପ୍ରକାଶ କରିଛି ।