ସାଧାରଣତଃ ଲେମ୍ବୁର ବ୍ୟବହାର ବିଭିନ୍ନ ପୂଜା, ଦେବ କାର୍ଯ୍ୟ, ନୂତନ ବାସଗୃହରେ ପ୍ରବେଶ ବେଳେ, ଯାନବାହନ ଆଦିର ପୂଜା ତଥା ଯେ କୌଣସି ଶୁଭାଶୁଭ ପୂଜା କାର୍ଯ୍ୟରେ ହୋଇଥାଏ। ଲେମ୍ବୁରେ ଅନେକ ପ୍ରକାର ଔଷଧୀୟ ଗୁଣ ଭରି ରହିଛି। ଲଣ୍ଡନ ବିଶ୍ୱବିଦ୍ୟାଳୟର ପୁଷ୍ଟିବିଜ୍ଞାନୀଙ୍କ ଦ୍ୱାରା ହୋଇଥିବା ଏକ ସଦ୍ୟତମ ଗବେଷଣାରୁ ଜଣାପଡିଛି ଯେ, ଯଦି ଜଣେ ବ୍ୟକ୍ତି ନିୟମିତ ଲେମ୍ବୁ ଖାଆନ୍ତି ତେବେ ତାଙ୍କର ରୋଗ ପ୍ରତିରୋଧକ ଶକ୍ତି ପୂର୍ବାପେକ୍ଷା ଆହୁରି ଦୃଢ଼ ହୋଇଥାଏ। କେବଳ ସେତିକି ନୁହେଁ, ରକ୍ତହୀନତା ଦୂର କରିବା, ଜୀର୍ଣ୍ଣ ଶକ୍ତି ବୃଦ୍ଧି କରାଇଥାଏ। ଏହାବ୍ୟତୀତ ଉଷୁମପାଣିରେ ଏକ ଫାଳ ଲେମ୍ଭୁ ରସ ମିଶାଇ ପ୍ରତିଦିନ ସେବନ କଲେ ମୋଟାପଣ ହ୍ରାସ ପାଇଥାଏ। ଏହା ହୃଦ୍ଜନିତ ସମସ୍ୟାଠାରୁ କେତେକାଂଶରେ ଦୂରେଇ ରଖିଥାଏ। କିଡ୍ନୀ ଷ୍ଟୋନ୍କୁ ପ୍ରତିରୋଧ କରିବାର ଶକ୍ତି ମଧ୍ୟ ଏହାର ରହିଛି। ରୋଗ ପ୍ରତିିରୋଧକ ଶକ୍ତିକୁ ଏହା ଦୃଢ଼ କରିବା ସହ ଶରୀରରେ ବିଭିନ୍ନ ପ୍ରକାର ଭୂତାଣୁ ଜନିତ ରୋଗକୁ ପ୍ରତିରୋଧ କରିବାରେ ସହାୟକ ହୋଇଥାଏ। ହେଲେ ଆବଶ୍ୟକତାଠାରୁ ମାତ୍ରାଧିକ ଲେମ୍ବୁରସ ସେବନ କରିବା ଅନୁଚିତ। ଏହାଦ୍ୱାରା ଛାତି ଜ୍ୱାଳା, ବାନ୍ତି, ଓକାର ଲାଗିବା ସହ ଆମାଶୟ ଜନିତ ସମସ୍ୟା ଦେଖାଯାଏ। ତେଣୁ ଦିନରେ ଅତିବେଶିରେ ୨ ଗୋଟି ଲେମ୍ଭୁ ଖାଇବା ଉଚିତ। ଦୈନନ୍ଦିନ ଖାଦ୍ୟ ତାଲିକାରେ ଲେମ୍ବୁ ସାମିଲ କଲେ ତାହା ଆମକୁ ଅନେକାଂଶରେ ସୁସ୍ଥ ତଥା ନୀରୋଗ ରଖିପାରିବା।
Trending
- ସାରା ଦେଶରେ ଜାଲି ଭୋଟର କାର୍ଡ ଯାଞ୍ଚ ହେବ
- ବିଜେଡି ଛାଡୁଛନ୍ତି ଅସନ୍ତୁଷ୍ଟ ବରିଷ୍ଠ ନେତା
- ଅସନ୍ତୁଷ୍ଟ ନେତାଙ୍କ ଉପରେ ବର୍ଷିଲେ ମନ୍ମଥ, ବିଜେଡିରେ ଗୋଷ୍ଠୀ କନ୍ଦଳ ତୀବ୍ର
- ୪ ବରିଷ୍ଠ ଓଡ଼ିଶା ପ୍ରଶାସନିକ ସେବା (ଓଏଏସ୍) ଅଧିକାରୀସ୍ତରରେ ଅଦଳବଦଳ
- ଆସୁଛି ଆଉ ଏକ ଲଘୁଚାପ
- ଭାରତର ନୂଆ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ୍ ଙ୍କ ରାଜନୈତିକ କ୍ୟାରିଅର୍ ସଂମ୍ପର୍କରେ ଜାଣନ୍ତୁ…..
- ମୋଦୀ ଯୁବା ମାରାଥନରେ ନିଶାମୁକ୍ତ ଭାରତର ବାର୍ତା ଦେବ ବିଜେପି ଯୁବମୋର୍ଚ୍ଚା
- ଉପରାଷ୍ଟ୍ରପତି ନିର୍ବାଚନ: ବିଜେଡି ସମଦୂରତା ରକ୍ଷାକରିବ
- ପୁଣି ବର୍ଷିଲେ ସୈାମ୍ୟ ରଞ୍ଜନ ପଟ୍ଟନାୟକ
- ନବୀନ ଦିଲ୍ଲୀରେ, ବିଜେଡି କାହାକୁ ଦେବ ଭୋଟ