ପ୍ରତିବର୍ଷ ସେପ୍ଟେମ୍ବର ୨୯ ତାରିଖରେ ସର୍ବତ୍ର ‘ବିଶ୍ବ ହୃତ୍ପିଣ୍ଡ ଦିବସ’ ପାଳନ କରାଯାଇ ଆସୁଛି। ବିଭିନ୍ନ ପ୍ରକାର ହୃତ୍ପିଣ୍ଡ ଜନିତ ରୋଗ ବାବଦରେ ସଚେତନତା ସୃଷ୍ଟି ସହ ହୃଦ୍ଘାତ ପରି ପ୍ରାଣାନ୍ତକ ପରିସ୍ଥିତିକୁ ଦୂରେଇ ଦେବା ଲାଗି ଆବଶ୍ୟକ ପ୍ରତିଷେଧକ ବ୍ୟବସ୍ଥା ସମ୍ପର୍କରେ ପ୍ରଚାର ଓ ପ୍ରସାର ଏଭଳି ଦିବସ ପାଳନର ଲକ୍ଷ୍ୟ ରହିଛି। ସୂଚନାଯୋଗ୍ୟ, ୨୦୦୦ ମସିହା ପୂର୍ବରୁ ବିଶ୍ବବ୍ୟାପୀ ବାର୍ଷିକ ୧୭ ନିୟୁତ ଲୋକଙ୍କର ହୃତ୍ପିଣ୍ଡଜନିତ ରୋଗରେ ମୃତ୍ୟୁ ଘଟୁଥିଲା। ସେମାନଙ୍କ ଭିତରୁ ସର୍ବାଧିକ ଥିଲେ ହୃଦ୍ଘାତ ରୋଗୀ। ଯଦିଓ ଏ ପ୍ରକାର ରୋଗ ସାଧାରଣତଃ ଆଳସ୍ୟ ଜୀବନଶୈଳୀ ବିତାଉଥିବା ବିକଶିତ ଦେଶମାନଙ୍କରେ ବେଶୀ ଦେଖାଯାଉଥିବ ବୋଲି ଏକ ଧାରଣା ରହି ଆସିଥିଲା, ତେବେ ବାସ୍ତବରେ ମୃତକଙ୍କ ମଧ୍ୟରୁ ୮୦ ପ୍ରତିଶତ ହେଉଛନ୍ତି ନିମ୍ନ ଓ ମଧ୍ୟମ ଆୟବର୍ଗସଂପନ୍ନ ବିକାଶଶୀଳ ଦେଶମାନଙ୍କର। ଦୁର୍ବଳ ଖାଦ୍ୟଶୈଳୀ, ପରିଶ୍ରମ କାତରତା ଓ ଧୂମପାନ ଆଦି କାରଣ ଏଥିପାଇଁ ମୁଖ୍ୟତଃ ଦାୟୀ। ଏଣେ ହୃତ୍ପିଣ୍ଡଜନିତ ରୋଗର ଚିକିତ୍ସା ପାଇଁ ବ୍ୟୟବହୁଳ ସ୍ବାସ୍ଥ୍ୟସେବା ପ୍ରଣାଳୀ ଜଡ଼ିତ ରହୁଥିବାରୁ ଦେଶ ଉପରେ ଏହି ରୋଗର ଅର୍ଥନୈତିକ ଚାପ ମଧ୍ୟ ପଡ଼ିଥାଏ।
Trending
- ହୀରାକୁଦ ଜଳଭଣ୍ଡାରର ବୃଦ୍ଧି ପାଉଛି ଜଳସ୍ତର
- ଭୟଙ୍କର ଅଗ୍ନିକାଣ୍ଡ, ଜଳିଗଲେ ମା ଓ ଦୁଇ ଝିଅ
- ନଗଣନା ପାଇଁ ବିଳମ୍ବ ହେବ ପଞ୍ଚାୟତ ଓ ପୌର ନିର୍ବାଚନ – ରାଜ୍ୟ ନିର୍ବାଚନ କମିଶନ ସଚିବ ସନ୍ତୋଷ ଦାସ
- ସଂସଦରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି, ଜନ୍ତରମନ୍ତରରେ ପୁଲିସ-ସିଜେପି ବିକ୍ଷୋଭକାରୀ ମୁହାଁମୁହିଁ
- ଏଣିକି ରାଜ୍ୟରେ ଅଣ୍ଡର ଗ୍ରାଉଣ୍ଡ ବିଦ୍ୟୁତ୍ ଲାଇନ୍ ବିଛାଯିବ
- ସଂଶୋଧିତ ଇଂରାଜୀ ବନାନକୁ ସମସ୍ତ ସରକାରୀ କାର୍ଯ୍ୟରେ କାର୍ଯ୍ୟକାରୀ କରିବାକୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ
- ପୋଲିସ ମୁଖ୍ୟାଳୟରେ ଜୀବନ ହାରିଲେ ଡିଜିପି,ନିଜ ସର୍ଭିସ ପିସ୍ତଲରେ ନିଜକୁ କଲେ ଗୁଳି
- ଆଜି ଶ୍ରାବଣ ମାସର ପ୍ରଥମ ସୋମବାର,ମହାଦେବଙ୍କୁ ଜଳାଭିଷେକ କରିବା ପାଇଁ ସକାଳୁ ସକାଳୁ ରାଜ୍ୟର ପ୍ରମୁଖ ଶୈବ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼
- ଆଜିଠାରୁ ସଂସଦର ମୌସୁମୀ ଅଧିବେଶନ
- ମହାପ୍ରଭୁଙ୍କ ଦୁର୍ଲଭ ଆଡ଼ପ ଦର୍ଶନ କରୁଛନ୍ତି ଭକ୍ତ, ପ୍ରବଳ ଖରା ଓ ଗୁଳୁଗୁଳି ଯୋଗୁଁ ମହିଳା ଶ୍ରଦ୍ଧାଳୁ ଅସୁସ୍ଥ