କ୍ଲିନ୍‌ ସୁଇପ୍‌ ଲକ୍ଷ୍ୟରେ ଭାରତ: ବର୍ଷାରେ ଭିଜିଲା କାନପୁର ଟେଷ୍ଟ

ବାଂଲାଦେଶ ବିପକ୍ଷ ଦ୍ୱିତୀୟ ତଥା ଅନ୍ତିମ କ୍ରିକେଟ ଟେଷ୍ଟ ଆରମ୍ଭ ହୋଇଛି । ପ୍ରଥମ ଦିନ ବର୍ଷା ଧୋଇଦେଇଛି । ଅଧାରେ ଖେଳ ରହିଛି । ୨ୟ ଟେଷ୍ଟର ପ୍ରଥମ ଦିନର ଖେଳ ଶେଷ ହୋଇଛି । ବର୍ଷା ଯୋଗୁଁ ପ୍ରଥମ ଦିନରେ ମାତ୍ର ୩୫ ଓଭର ଖେଳ ହୋଇଥିଲା । ପ୍ରଥମ ଦିନ  ଖେଳ ଶେଷ ସୁଦ୍ଧା ବାଂଲାଦେଶ ୩ ଓ୍ବିକେଟ ହରାଇ ୧୦୭ ରନ କରିଛି ।

ଏହି ମ୍ୟାଚରେ ଟିମ୍ ଇଣ୍ଡିଆ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ତେବେ ବର୍ଷା ଯୋଗୁଁ ମ୍ୟାଚ ବିଳମ୍ବରେ ଆରମ୍ଭ ହୋଇଥିଲା । ବାଂଲାଦେଶ ପକ୍ଷରୁ ମୋଇନୁଲ ହକ୍ ସର୍ବାଧିକ ୪୦ ରନ କରି ଅପରାଜିତ ଥିବାବେଳେ ନଜମୁଲ ହୋସେନ ସାଣ୍ଟୋ ୩୧ରନ କରି ଆଉଟ ହୋଇଥିଲେ । ଓପନର ସାଦମାନ ଇସଲାମ ୨୪ ରନ କରି ଆଉଟ ହୋଇଥିବାବେଳେ ଓପନର ଜାକିର ହାସନ ଖାତା ଖୋଲିପାରିନଥିଲେ । ଏବେ ମୁସ୍ତାଫିକୁର ରହମ ୬ ରନ କରି ମୋଇନୁଲଙ୍କ ସହ କ୍ରିଜରେ ଅଛନ୍ତି । ଯଦିଓ ରବିଚନ୍ଦ୍ରନ ଅଶ୍ୱିନ ଟେଷ୍ଟ କ୍ରିକେଟରେ ସର୍ବାଧିକ ୱିକେଟ୍ ନେବାରେ ଅନିଲ କୁମ୍ବଲେଙ୍କ ଠାରୁ ଯଥେଷ୍ଟ ପଛରେ ଅଛନ୍ତି, ତଥାପି ସେ ଏବେ ଏସୀୟ ପିଚରେ ସର୍ବାଧିକ ୱିକେଟ୍ ନେଇ ଭାରତୀୟ ବୋଲର ହୋଇଛନ୍ତି। ।