ଚେନ୍ନାଇ ଟେଷ୍ଟରେ ଅଶ୍ବିନୀଙ୍କ ଶତକ
ଶହେ ତମ ଟେଷ୍ଟରେ ଶତକ କରି ରେକର୍ଡ କଲେ ଅଶ୍ବିନୀ । ଟିମ୍ ଇଣ୍ଡିଆର ଷ୍ଚାର ବୋଲର ଆଜି ଷ୍ଟାର ବ୍ୟାଟର । ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ଆର ଅଶ୍ବିନୀ ୧୦୨ ରନ କରିଥିବା ବେଳେ ଜାଡେଜା ୮୬ ରନ କରି ଅପରାଜିତ ଅଛନ୍ତି । ଆସନ୍ତା କାଲି ପୁଣି ଖେଳିବେ ଅଶ୍ବିନୀ, ଜାଡେଜା । ଟେଷ୍ଟରେ ଯଶସ୍ବୀ ଜୟସ୍ୱାଲ, ବିରାଟ କୋହଲି, ରୋହିତ ଶର୍ମା, ଗିଲ, ପନ୍ତଙ୍କୁ ପଛରେ ପକାଇ କଲେ ଶତକ । ଚେନ୍ନାଇରେ ରେକର୍ଡ କଲେ । ବାଂଲାଦେଶ ବିପକ୍ଷ ଟେଷ୍ଟରେ ଗର୍ଜିଛି ଅଶ୍ବିନୀଙ୍କ ବ୍ୟାଟ୍, ଜାଡେଜାଙ୍କ ସହ ରେକର୍ଡ ପାର୍ଟନର ରନ କରିଛନ୍ତି ଷଷ୍ଠ ଉଇକେଟରେ । ହଜିଛି ପ୍ରତିପକ୍ଷ ଟିମର ନିଦ। ଚେନ୍ନାଇ ଏମଏ ଚିଦାମ୍ବରମ ଷ୍ଟାଡିୟମରେ ବାଂଲାଦେଶ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପର୍ତ୍ତି ନେଇଥିଲା,କେବଳ ଅଶ୍ବିନୀ, ଜାଡେଜାଙ୍କୁ ଛାଡିଲେ ଜୟସ୍ୱାଲ ଅର୍ଧଶତକ ପାଳି ଖେଳିଥିଲେ । ଅନ୍ୟ ଟପ୍ ଅର୍ଡର ଫେଲ୍ ମାରିଥିଲେ ଅଧିନାୟକ ରୋହିତ ଶର୍ମା ଏବଂ ବିରାଟ କୋହଲି ୬,ଗିଲ୍ ଖାତା ଖୋଲିନପାରି ପ୍ୟାଭିଲିୟନକୁ ଫେରିଥିଲେ,ପନ୍ତ ୩୯ଏବଂ ଜୟସ୍ୱାଲ ୫୬ ରନ୍ କରି ବାଂଲାଦେଶ ବୋଲଂରଙ୍କ ସହ ଲଢେଇ କରିଥିଲେ ।
ବାଂଲାଦେଶ ପକ୍ଷରୁ ହାସନ ମହମୁଦ ସର୍ବାଧିକ ୪ଟି ୱିକେଟ୍ ନେଇଥିଲେ । ଭାରତ ଓ ବାଂଲାଦେଶ ମଧ୍ୟରେ ମୋଟ ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ୍ ଶୃଙ୍ଖଳା ଖେଳାଯିବ,୨ଟିରୁ ୨ଟି ମ୍ୟାଚ୍ ଜିତିବା ଲକ୍ଷ୍ୟରେ ରହିଛି ରୋହିତ ବାହିନୀ। ଫଳରେ ଡବ୍ଲ୍ୟୁଟିସି ପଏଣ୍ଟକୁ ଅଧିକ ଦୃଢ଼କରିପାରିବ। ଭାରତକୁ ଆସିବା ପୂର୍ବରୁ ପାକିସ୍ତାନକୁ ତା’ମାଟିରେ ୨-୦ରେ ହରାଇ ବାଂଲାଦେଶ ଐତିହାସିକ ସଫଳତା ହାସଲ କରିଥିଲା । ଉଭୟ ଦଳଙ୍କ ଭିତରେ ୮ ଶୃଙ୍ଖଳାରେ ମୋଟ୍ ୧୩ ଟେଷ୍ଟ୍ ମ୍ୟାଚ୍ ଖେଳାଯାଇଛି, ପ୍ରତ୍ୟେକ ଥର ଭାରତ ହିଁ ବାଜି ମାରିଛି। କେବଳ ୨୦୧୫ରେ ଭାରତର ବାଂଲାଦେଶ ଗସ୍ତ ଟେଷ୍ଟ୍ ଡ୍ର ରହିଥିଲା। ବାଂଲାଦେଶ ମଧ୍ୟ ଭାରତରେ ତି ନୋଟି ଟେଷ୍ଟ୍ ଖେଳିଛି। ହେଲେ ପ୍ରତେକ ଥର ହୋଇଛି ପରାସ୍ତ।